You are currently viewing ଆମ ପୋଲିସ ସମିତି ବୈଠକ
ଆମ ପୋଲିସ ସମିତି ବୈଠକ

ବେଲଗୁଣ୍ଠା, 23/11,ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନସ୍ଥ ତଥା ଧରାକୋଟ ବ୍ଳକ ଅନ୍ତର୍ଗତ ଝରପାରୀ ପଞ୍ଚାୟତ କାର୍ଯ୍ୟାଳୟଠାରେ ଗାଙ୍ଗପୁର ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ,ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ, ଧରାକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୀନେଶ ବେହେରା,ଧରାକୋଟ ତହସିଲଦାର କବିରାଜ ପ୍ରଧାନ,ଗଞ୍ଜାମ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, 29 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ବାଇଁ, ଝରପାରୀ ସରପଞ୍ଚ ମାଧୂରି ସ୍ବାଇଁ,ସମିତିସଭ୍ୟା ରଜନୀ ଗୌଡ଼, ଝାଡବନ୍ଧ ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ, ଧରାକୋଟ ବ୍ଳକ ଯୁବ ବିଜେଡ଼ି ସଭାପତି ସଂଜୀବ ପାତ୍ର,ସାନଖେମୁଣ୍ଡି ବ୍ଳକ୍ ବିଜେଡ଼ି ସଭାପତି ରଞ୍ଜିତ୍ ଭୂୟାଁ, ଗଞ୍ଜାମ ଜିଲ୍ଲା ବିଜେଡ଼ି ଉପଦେଷ୍ଟା ରବିନ୍ଦ୍ର ଘୋଷ,ପୂର୍ବତନ୍ ସରପଞ୍ଚ ଦିବାକର ଭୂୟାଁ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ସମାଜରୁ ଅନ୍ଧ ବିଶ୍ବାସ,ଗୁଣି ଗାରେଡ଼ି, କୁସଂସ୍କାର,ବାଲ୍ୟବିବାହ କିପରି ଦୂର କରାଯାଇପାରିବ ସେହି ସମ୍ପର୍କରେ ଜଣସାଧାରଣଙ୍କୁ ସଚେତନ କରାଯାଇଥିଲା। ବିଶେଷ କରି ବ୍ୟାଙ୍କ ଠକେଇ,ଏଟିଏମ୍ ଠକେଇ, ସାଇବର୍ ଅପରାଧୀଙ୍କ ପ୍ରତି ଅଧିକ ସତର୍କ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା Iଏହା ସହିତ ସାଧାରଣ ଲୋକେ କୌଣସି ଆଇନଗତ ସମସ୍ୟାର ସମୁଖୀନ ହେଉଥିବା କାର୍ଯ୍ୟରେ ପୋଲିସର ସହାୟତା ନେବାପାଇଁ ଉପସ୍ଥିତ ଥାନା ଅଧିକାରୀ ଏବଂ ଅତିଥିଗଣ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ, ଆଶା କର୍ମୀଙ୍କ ସମେତ ଝରପାରି ପଂଚାୟତର ବହୁ ଲୋକ ଉପସ୍ଥିତ ଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ