You are currently viewing ଦୀର୍ଘ ୮ ବର୍ଷ ପରେ ସଂଯୋଗ ହେଲା ବିଜୁଳି, ଅଧ୍ଯକ୍ଷଙ୍କୁ ଧନ୍ୟବାଦ ଦେଲେ ସାହି ବାସିନ୍ଦା।
ଦୀର୍ଘ ୮ ବର୍ଷ ପରେ ସଂଯୋଗ ହେଲା ବିଜୁଳି, ଅଧ୍ଯକ୍ଷଙ୍କୁ ଧନ୍ୟବାଦ ଦେଲେ ସାହି ବାସିନ୍ଦା।

କୋଦଳା
ଦୀର୍ଘ ବର୍ଷର ପ୍ରତୀକ୍ଷା ଅନ୍ତ ହେଲା। ୮ ବର୍ଷ ଧରି ଅନ୍ଧାରରେ ରହୁଥିବା ସାହି ବାସିନ୍ଦାଙ୍କ ମୁହଁରେ ହସ ଫୁଟିଛି। ସୋମବାର ବିଜୁଳି ସଂଯୋଗ ହେବା ପରେ ସାହି ବାସିନ୍ଦା ଖୁସି ପ୍ରକଟ କରିଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା କିଶୋର ନଗରରେ ୪୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଦୀର୍ଘ ଦିନ ଧରି ଏଠାରେ ବିଜୁଳି ସଂଯୋଗ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ସାହି ବାସିନ୍ଦା। ଏନେଇ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କୁ ସାହିବାସୀ ଜଣାଇବା ପରେ କୋଦଳା ବିଦ୍ୟୁତ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ଅଧ୍ଯକ୍ଷ। ତୁରନ୍ତ କିଭଳି କିଶୋର ନଗରକୁ ବିଦ୍ୟୁତ ସଂଯୋଗ କରାଯିବ ସେ ନେଇ ଅଧ୍ଯକ୍ଷକଂ ହସ୍ତକ୍ଷେପ ପରେ ସୋମବାର ବିଭାଗୀୟ ଅଧିକାରୀ ମାନେ ଆସି ଉକ୍ତ ସାହିକୁ ବିଦ୍ୟୁତ ସଂଯୋଗ କରିଛନ୍ତି। ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ବାରମ୍ବାର ବିଦ୍ୟୁତ ବିଭାଗକୁ ଧାଇଁ ନିରାଶ ହେଉଥିଲେ ଏବଂ ବର୍ତ୍ତମାନ ଅଧ୍ଯକ୍ଷ ଶ୍ରୀ ନାୟକଙ୍କ ଉଦ୍ଯମ କ୍ରମେ ବିଜୁଳି ସୁବିଧା ପାଇଥିବାରୁ ଅଧ୍ଯକ୍ଷକୁଂ ଧନ୍ୟବାଦ ଜଣାଇଛନ୍ତି। ଅପରପକ୍ଷେ ଉକ୍ତ ସାହିକୁ ପକ୍କା ରାସ୍ତା ନଥିବାରୁ ସେ ନେଇ ଅଧ୍ଯକ୍ଷକଂ ଦୃଷ୍ଟି ଆକର୍ଷଣ କରିଛନ୍ତି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।