You are currently viewing ବିପଦର ବନ୍ଧୁ ଓ ସରପଞ୍ଚଙ୍କ ସହଯୋଗରେ କାଳିମେଘି ଠାରେ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ, ୫୭ ୟୁନିଟ୍ ରକ୍ତ ସଂଗ୍ରହ।
ବିପଦର ବନ୍ଧୁ ଓ ସରପଞ୍ଚଙ୍କ ସହଯୋଗରେ କାଳିମେଘି ଠାରେ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ, ୫୭ ୟୁନିଟ୍ ରକ୍ତ ସଂଗ୍ରହ।

କୋଦଳା (୧୦/୦୫/୨୦୨୩)
ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କାଳିମେଘୀ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆଜି ବିପଦର ବନ୍ଧୁ ଓଡିଶା ଓ ସ୍ଥାନୀୟ ସରପଞ୍ଚଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇ ଯାଇଛି ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର। ଆଜି ସକାଳ ୧୦ ଘଣ୍ଟା ସମୟରେ ସ୍ଥାନୀୟ କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରୀପାଠୀ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏଥିରେ ସ୍ଥାନୀୟ ଅଞ୍ଚଳରୁ ବହୁ ଯୁବକ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ରକ୍ତ ଅଭାବରୁ କୌଣସି ଲୋକର ଜୀବନ ଚାଲି ନଯାଉ, ଏହାକୁ ଦୃଷ୍ଟିରେ ରଖି ଏହି ଶିବିର ଆୟୋଜନ କରାଯାଇଥିବା କହିଛନ୍ତି ସରପଞ୍ଚ ଅର୍ଚ୍ଚନା ତ୍ରୀପାଠୀ ।ଏଥିରେ ବିପଦର ବନ୍ଧୁର ସାଂଗଠନିକ ସଭାପତି ରବୀନ କୁମାର ସାହୁଙ୍କ ସମେତ ସମସ୍ତ ସଦସ୍ୟ, ସ୍ଥାନୀୟ ଗୌରହରି ପଲେଇ, ତ୍ରିଲୋଚନ ଗୌଡ଼, କୁମର ଜେନା, କୃଷ୍ଣଚନ୍ଦ୍ର ଜେନା, ଅମର ଜେନା, ଶିବାନନ୍ଦ ମହାରଣା, ନରେନ୍ଦ୍ର ଗୌଡ଼ ସମାଜସେବୀ ବିଶ୍ବା ମିତ୍ର ତ୍ରୀପାଠୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଗତ ୧୭ ଏପ୍ରିଲ ରେ ଏହି ପଞ୍ଚାୟତରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଅବସରରେ ଏକ ମେଗା ରକ୍ତଦାନ ଶିବିର ହୋଇଥିବା ବେଳେ ସେତେବେଳେ ୧୦୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏବେ ପୁଣି ଏକ ରକ୍ତଦାନ ଶିବିର ଆୟୋଜନ କରିବା ବହୁତ ଭଲ ପଦକ୍ଷେପ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏଥିରେ ମୋଟ ୫୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତ ଭଣ୍ଡାରରୁ ଆସିଥିବା କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିବା ବେଳେ ଏଭଳି କାର୍ଯ୍ଯକ୍ରମ ପ୍ରତି ପଞ୍ଚାୟତରେ କରାଗଲେ ରକ୍ତ ଅଭାବ ଦୂର ହୋଇ ପାରିବ ବୋଲି କହିଛନ୍ତି ସରପଞ୍ଚ ଅର୍ଚ୍ଚନା ତ୍ରୀପାଠୀ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।