ବେଗୁନିଆପଡା ବ୍ଲକର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ମର୍ଦ୍ଦକୋଟ ଗ୍ରାମର ଉଲ୍ଲାଷ ସାମଲଙ୍କ ଚଉଦ ବର୍ଷର ଝିଅ ଅମ୍ବିକା ଉଚ୍ଚ ଚିକିତ୍ସା ପାଇଁ ଅହେମେଦାବାଦ ସ୍ଥିତ ସତ୍ୟ ସାଇ ହାର୍ଟ ହସ୍ପିଟାଲକୁ ପଠା ଯାଇଛି ! ସୂଚନା ଥାଉକି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର ବି ଏସ କେ ଟିମର ଆୟୁଷ ଡାକ୍ତର ଜୟଦେବ ନାୟକ, ଡାକ୍ତର ମୈତ୍ରୀ ସଂଘମିତ୍ରା, ଏ ଏନ ଏମ ଗୀତାଞ୍ଜଳି ଅଚାରୀ ମର୍ଦ୍ଦକୋଟ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଅମ୍ବିକାର ହୃଦୟରେ ଅସୁବିଧା ଅଛି ବୋଲି ଜଣ ପଡିଥିଲା, ତାକୁ ପ୍ରଥମେ ବ୍ରହ୍ମପୁରର ସିଟି ହସ୍ପିଟାଲରେ ଥିବା ଡି ଇ ଆଇ ସି କୁ ନେଇଥିଲେ ସେଠାରେ ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ମୂର୍ତ୍ତି ହାର୍ଟର ଇକୋ କରେଇବା ପାଇଁ ଆଦେଶ ଦେଇଥିଲେ, ଇକୋ ରୁ ଜଣା ପଡିଥିଲାଯେ ଅମ୍ବିକାର ହାର୍ଟରେ ଛୁଦ୍ର ଅଛିବୋଲି ! ଆଜି ଅମ୍ବିକା କୋଦାଳରୁ ଗାଡି ଯୋଗେ ବ୍ରହ୍ମପୁର ଓ ସେଠାରୁ ରେଳ ଯୋଗେ ଅହେମେଦାବାଦ ସତ୍ୟସାଇ ହାର୍ଟ ହସ୍ପିଟାଲ ପଠାଯାଇଛି ! ଅମ୍ବିକା ସହିତ ଗଞ୍ଜାମ ଜିଲ୍ଲାର ଆଉ ପନ୍ଦର ଜଣ ଶିଶୁଙ୍କୁ ମଧ୍ୟ୍ୟ ପଠାଯାଇଛି ! ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାକାନ୍ତ ମିଶ୍ର ଓ ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ଠାରୁ ଆଶିଷ ନେଇ, ଆର ବି ଏସ କେ ମ୍ୟାନେଜେର ଲୋପାମୁଦ୍ରା ମିଶ୍ର ଓ କମ୍ପୁଟର ପରିଚାଳକ ନିହାର ରଞ୍ଜନ ସେଠୀଙ୍କ ତତ୍ୱାବଧାନରେ ଓ ଫାର୍ମାସିଷ୍ଟ ଶ୍ରୀ ଆଶିଷ କୁମାର ପାତ୍ର, ଗୋପାଳ କୃଷ୍ଣ ପାଢ଼ୀ ସେମାନଙ୍କର ସାଙ୍ଗରେ ଯାଇଛନ୍ତି ! କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା ଆଦିତ୍ୟ ପ୍ରସାଦ ସାହୁ, ପରିଚାଳକ ଗଣେଶ ନାହାକ ଏବଂ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତା ସମସ୍ତ ଶିଶୁଙ୍କ ଆଶୁଚିକିତ୍ସାର କାମନା କରିଛନ୍ତି ! ସେମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଆୟୁଷ ଡାକ୍ତର ନାୟକ କହିଛନ୍ତି, କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲିପଡିଥିବା ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ଏ ଏନ ଏମ ପୂରଣହେଲେ ଆର ବି ଏସ କେ ଟିମର କାର୍ଯ୍ୟ ପନ୍ଥା ଆହୁରି ଉଚ୍ଚତର ଓ ତ୍ୱରାନ୍ୱିତ ହେବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଜଣେଇଛନ୍ତି ! ଆର ବି ଏସ କେ ଟିମକୁ କୋଦଳା ଅଞ୍ଚଳର ବୁଦ୍ଧିଜୀବୀ ଗହଣରେ ପ୍ରଶଂସାର ସୁଅ ଛୁଟିଛି !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
