You are currently viewing ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କର ୭୭ ତମ ବାର୍ଷିକ ଅଧିବେଶନ ।
ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କର ୭୭ ତମ ବାର୍ଷିକ ଅଧିବେଶନ ।

ବ୍ରହ୍ମପୁର , ୨୯/୦୩ – ( ଶ୍ରୀକାନ୍ତ କୁମାର ବେହେରା ) -:- ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କର ୭୭ ତମ ବାର୍ଷିକ ଅଧିବେଶନର ସାଧାରଣ ସଭା ବ୍ୟାଙ୍କ ପରିସରରେ ଅନୁଷ୍ଟିତ ହୋଇଛି l ବିସିସି ବ୍ୟାଙ୍କର ସଭାପତି ଶିବରାମ ପାତ୍ରଙ୍କ ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ସଭାପତି ଶ୍ରୀଯୁକ୍ତ ପାତ୍ର ସ୍ୱାଗତ ଭାଷଣ ଦେଇ ଅଧିବେଶନ ଆରମ୍ଭ କରିଥିଲେ l ଅନୁଷ୍ଠିତ ବାର୍ଷିକ ଅଧିବେଶନରେ ବ୍ୟାଙ୍କର ଉପ ସଭାପତି ଶ୍ରୀମତୀ ଗୀତାଞ୍ଜଳୀ ପ୍ରଧାନ, ବ୍ରହ୍ମପୁର ଉପ ନିବନ୍ଧକ ବିଶ୍ୱ ରଞ୍ଜନ ଦାସ, ପାରଲାଖେମୂଣ୍ଡି ଉପ ନିବନ୍ଧକ ହରିହର ସେଠ, ଛତ୍ରପୁର ଉପ ନିବନ୍ଧକ ଯୋଗମାୟା ସାବତ, ସହକାରୀ ନିବନ୍ଧକ ପର୍ଶୁରାମ ପାତ୍ର, ଜିଲ୍ଲା ଉନ୍ନୟନ ଅଧିକାରୀ ଡ.ସଞ୍ଜିବ ମିଶ୍ରଙ୍କ ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାର ସମସ୍ତ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିଥିଲେ l

ବିସିସି ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କରୁଣାକର ହାଁସଦା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବାର୍ଷିକ ଖର୍ଚ୍ଚ ବିବରଣୀ ସହିତ କର୍ମଚାରୀଙ୍କ ଟ୍ରେନିଂ କେମ୍ପ ସହ ସମବାୟ ବ୍ୟାଙ୍କର ଉନ୍ନତି ଉପରେ ଆଲାଚନା କରିଥିଲେ l ସମସ୍ତ ପ୍ରକାର ସହଯୋଗ ସମବାୟ ବିଭାଗକୁ ରାଜ୍ୟ ସରକାର କରୁଛନ୍ତି l ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର l ଗଞ୍ଜାମ ଓ ଗଜପତି ଜିଲ୍ଲା ସମବାୟର ସଭାପତି, ସମ୍ପାଦକଙ୍କ ସମେତ ସମସ୍ତ ଶାଖାର କର୍ମଚାରୀ ଓ ବିଭିନ୍ନ ସମବାୟ ସଂସ୍ଥାର ନିର୍ବାଚିତ ସଭ୍ୟ,ସଭ୍ୟା ଯୋଗ ଦେଇଥିଲେ l ପରିଶେଷରେ ବିସିସି ବ୍ୟାଙ୍କ ନିର୍ଦ୍ଦେଶିକା ବିଷ୍ଣୁପ୍ରିୟା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l