ଖଲ୍ଲିକୋଟ :10/9 ସରକାରୀ ସହାୟତା କୁ ଚାହିଁ ଚାହିଁ ଆଖି ବୁଝି ଦେଲା ରୋଗ ଗ୍ରସ୍ତ ବିଧବା ଝିଅ ଲକ୍ଷ୍ମୀ, ବର୍ତମାନ ମୃତୁ ସହ ଜୁଝୁଛି ଭେଣ୍ଡିଆ ପୁଅ ମିଟୁ |ଘଟଣା କୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସ୍ଥାନୀୟ ନେତା ଓ ସରକାରୀ ବାବୁ ଡାକ୍ତର ମାନଙ୍କ ଦ୍ୱାରସ୍ତ ହୋଇ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ହେଲେ ଏହି ଭୂମିହୀନ ଦୁର୍ଦଶାଗ୍ରସ୍ତ ପରବାର ର ଦୁଃଖ ବୁଝିଲେନି |ମୃତ ଲକ୍ଷ୍ମୀ ର ସ୍ୱାମୀ ଗତ ଦୁଇ ବର୍ଷ ତଳେ ମୃତୁ ବରଣ କରିଥିଲା |ତେବେ ଲକ୍ଷ୍ମୀ ଙ୍କର ଏକ ମାତ୍ର 12 ବର୍ଷ ର ପୁଅ କାଁହୁ ବସ୍ତାନି ରେ ଡୋରି ବାନ୍ଧି ଛେଳି ଚାରାଇ ମୃତ ଲକ୍ଷ୍ମୀ ଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ ବୃଦ୍ଧ ଅଜା ପ୍ରଫୁଲ କୁ ସାହାଯ୍ୟ କରୁଥାଏ | ଗତ ସାତ ଦିନ ତଳେ ବିଧବା ଲକ୍ଷ୍ମୀ ଆକ୍ଷି ବୁଝିବା ପରେ ଗ୍ରାମବାସୀ ଚାନ୍ଦା କରି ଅନ୍ତେଷ୍ଟି କ୍ରିୟା କରୁଛନ୍ତି |ଏ ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ସହାୟତା ମଧ୍ୟ ମିଳିପାରିନି |ଦୁର୍ଦଶା ପୀଡିତ ପରିବାର ଅଭାବ ଅନାଟନ ସାଙ୍ଗକୁ ଆର୍ଥିକ ଦୁର୍ଗତି ମଧ୍ୟରେ କାଳାତିପାର କରିଥିଲେ ମଧ୍ୟ ଏଯାବତ କୌଣସି ସରକାରୀ ସହାୟତା ଟିକେ ମିଳିପାରିନି |ପ୍ରକାଶ ଥାଉକି ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ 8 ନମ୍ବର ୱାର୍ଡ ଶ୍ୟାମାସୁନ୍ଦରପୁର ଗ୍ରାମର ଜୟଦୁର୍ଗା ପାହାଡ଼ ତଳେ ଜରି ପାଲ ପକାଇ ଏକ ଭଙ୍ଗା କୁଡ଼ିଆ ରେ ପ୍ରଫୁଲ ପ୍ରଧାନ ଓ ତାର ରୋଗୀଣା ବିଧବା ଝିଅ ଓ ରୋଗଗ୍ରସ୍ତ ଭେଣ୍ଡିଆ ପୁଅ ଓ ଏକ ମାତ୍ର ନାତି କୁ ନେଇ ଜୀବନ ବୋତଉଥିବା ବେଳେ ଉକ୍ତ ପାଞ୍ଚ ପ୍ରାଣୀ କୁଟୁମ୍ବ ବୋଝ ବୟସ ଚାପ ରେ ନଇ ପଡ଼ିଥିବା ପ୍ରଫୁଲ ଅସ୍ତବ୍ୟସ୍ତ ହୋଇ ଜୀବନ ବିତାଉଥିବା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ପାଖରେ ଗୂଂଠେ ଜମି ନାହିଁ |ଏଣେ ଖଲ୍ଲିକୋଟ ଏନ ଏ ସି ର ବହୁ ଅଯୋଗ୍ୟ ବ୍ୟକ୍ତି ଦୁଇ ଦୁଇଟା ଆବାସ ପାଇଥିବା ବେଳେ ଜାଗା ମିଶନ ରେ ମଧ୍ୟ 85 ଜଣ ଲୋକ ଘରଦିହ ପାଇଥିଲେ ହେଁ ପ୍ରଫୁଲ ପ୍ରତି ଏନ ଏ ସି ର ଦୃଷ୍ଟି ନଥିଲା |ଫଳରେ ଭୂମିହୀନ ପ୍ରଫୁଲ ଖରା ବର୍ଷା ଓ ଶୀତ କୁ ପିଠି କରି ଜଙ୍ଗଲ ର ହିଂସ୍ର ଜନ୍ତୁ ଙ୍କ ମେଳ ରେ ଦିନ କାଟି ଆସୁଛି |ଯଥାପି ପ୍ରଶାସନ ର ନିଘା ନାହିଁ |ତେବେ ସରକାରୀ ସହାୟତା କୁ ଚାହିଁ ବିଧବା ଝିଅ ଆକ୍ଷି ବୁଜିଥିବା ବେଳେ ଘର ର ରୋଜଗାରିଆ ଭଦଣ୍ଡିଆ ପୁଅ ଭଙ୍ଗା ଦଦରା ଘରେ କଙ୍କାଳ ସାର ହୋଇ ମୃତୁ ସହ ସଂଗ୍ରାମ କରୁଛି | ଭୋଟ ବେଳେ ନେତା ମାନେ ନେହୁରା ହୋଇ ଭୋଟ ଭିକ୍ଷା କରୁଥିବା ବେଳେ ପ୍ରଫୁଲ ଙ୍କ ଦୂରଦିନ ରେ କୌଣସି ସହାୟତା ର ହାତ ମିଳିଲାବି ବୋଲି ଗ୍ରାମବାସୀ ମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି | ଏ ସମ୍ପର୍କ ରେ ସ୍ଥାନୀୟ ତହସିଲଦାର ଡ଼ଃ ଆର୍ଯ୍ୟ କୁମାର ଶର୍ମା ଙ୍କ ଦୃଷ୍ଟ ଆକର୍ଷଣ କରିବା ପରେ ସେ ଏ ନେଇ ତଦନ୍ତ କରି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ |ତେଣୁ ଉକ୍ତ ପରିବାର କୁ ରେଡ଼କ୍ରସ କିମ୍ବା କୌଣସି ବେସରକାରୀ ସହାୟତା ମିଳିପାରିନି |ଏଠି ଭୂମିହୀନ ଅଭାବ ଗ୍ରସ୍ତ ପ୍ରଫୁଲ ଙ୍କ ପାଇଁ ସରକାର ଙ୍କ ସବୁ ଯୋଜନା ଅପହଞ୍ଚ ହୋଇପଡିଛି |(ଫାଇଲ ଫୋଟ )
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )
