କୋଦଳା – ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ରକାଳୀନ କାର୍ଯ୍ୟକ୍ରମର ସପ୍ତମ ଦିନରେ ପୋଷ୍ୟ ଗ୍ରାମ ଭାବରେ ନିଆଯାଇଥିବା ଗୌରାଦେଇପୁର ଗ୍ରାମରେ ସ୍ବେଛାସେବୀମାନେ ପ୍ରାତଃ ପ୍ରାଥନା ସାରି ଗ୍ରାମର ପଠାଣ ସାହିରେ ଜାତୀୟ ଅର୍ଥନୈତିକ ସର୍ବେକ୍ଷଣ କାର୍ଯ୍ୟକ୍ରମ ସାରି ଅପରାହ୍ନ ୩.୦୦ ଘଣ୍ଟ ସମୟରେ ମହାବିଦ୍ୟାଳୟ ପରିସରରେ ଉଦଯାପନୀଉତ୍ସବ କାର୍ଯ୍ୟକ୍ରମ ତା – ୩୦.୧୨.୨୦୨୨ ରିଖ ଦିନ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଉଦ୍ଘାଟନ କରିଥିବା ବେଳେ ମୁକ୍ଷ୍ୟ ଅତିଥି ଭାବେ ପରିଚାଳନା ପରିଷଦର ସଭାପତି ଏସ୍ ସୂର୍ଯ୍ୟ ନାରାୟଣ ଦୋରା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଏବଂ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅଧ୍ୟାପିକା ଶ୍ରୀମତୀ ରଞ୍ଜୁବାଲା ନନ୍ଦ , ଅଧ୍ୟାପକ ଶ୍ରୀ ବିନୋଦ କୁମାର ମିଶ୍ର , ଡ: ବିଷ୍ଣୁ ନାରାୟଣ ସେଠୀ ଉପସ୍ଥିତ ରହି ସମସ୍ତ ସ୍ଵେଚ୍ଛାସବୀମାନଙ୍କୁ ସଚେତନତା ଭିତ୍ତିକ ଉପଦେଶ ପ୍ରଦାନ କରିଥିଲେ। ସ୍ବେଚ୍ଛାସବୀମାନେ ମଧ୍ୟ ସାତଦିନର କାର୍ଯ୍ୟକ୍ରମର ଅନୁଭୂତି ଏହି ଉଦଯାପନୀ ଉତ୍ସବରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଡ: ପ୍ରଦୀପ କୁମାର ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସାତଦିନ କାର୍ଯ୍ୟକର୍ମ ର ଅନୁଭୂତି କୁ ପୁଙ୍ଖାନୁପୁଙ୍ଖ ଭାବେ ମତବ୍ୟକ୍ତ କରିଥିଲେ। ଶେଷରେ ସ୍ବେଛାସେବୀ ମାନଙ୍କୁ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ଵାରା କରାଯିବା ସଙ୍ଗେ ସଙ୍ଗେ ବିଦାୟକାଳୀନ ସଙ୍ଗୀତ ସ୍ବେଛାସେବୀଙ୍କ ଦ୍ଵାରା ଗାନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଡ: ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଈ ଜେ ବି ନିୟୁଜ।
