ଆସିକା,୨/୧୨ : ଭାରତ ସମେତ ଆଫଗାନିସ୍ତାନ, ପାକିସ୍ତାନ, ମାଳଦିପ୍, ବାଙ୍ଗଲାଦେଶ , ଶ୍ରୀଲଙ୍କା, ମିଆଁମାର, ଭୁଟାନ ଏବଂ ନେପାଳକୁ ନେଇ ଦକ୍ଷିଣ ଏସିଆ ମହାଦେଶର ବିଭିନ୍ନ ପ୍ରତିନିଧିକୁ ନେଇ ସାଉଥ୍ ଏସିଆନ ଫ୍ରାଟରନିଟି (ସାଫ୍) କମିଟି ଗଠନ ହୋଇଥିଲା । ଏଗୁଡିକର ସାମୂହିକ ବିକାଶ ପାଇଁ ଭାରତର ମିସ୍ ବିମଲା ଠାକର, ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ.ଗୁଜରାଲ, ଅଟଲ ବିହାରୀ ବାଜପେୟୀ, ବି.ଏନ.ପାଣ୍ଡେ, ଉପରାଷ୍ଟ୍ରପତି ଶ୍ରୀ କ୍ରୀଷ୍ଣାକାନ୍ତଙ୍କ ପୃଷ୍ଠପୋଷକତାରେ ୧୯୯୦ ମସିହା ଠାରୁ ବାର୍ଷିକୀ ସମ୍ମିଳନୀ ମାଧ୍ୟମରେ ବିଭିନ୍ନ ଦେଶ ମଧ୍ୟରେ ଭାଇଚାରା , ଭୈାଗଳିକ ଓ ପରିବେଶ ଭିତିକ ସୁସମ୍ପର୍କ ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଚଳିତବର୍ଷ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସାଫ୍ ଅଧ୍ୟକ୍ଷ ସତ୍ୟ ପାଉଲଙ୍କ ନେତୃତ୍ୱରେ ଦିଲ୍ଲୀ, କାନପୁର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଗଡ୍ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବାବନପୁର ସରପଚଂ ସଞ୍ଜୟ କୁମାର ନାୟକ ପ୍ରତିନିଧିତ୍ୱ କରି ପ୍ରକୃତି ଓ ପରିବେଶର ବିକାଶ ପାଇଁ ପ୍ରକୃତିକୁ ପ୍ରକୃତ ଭଗବାନ ଭଳି ସମ୍ମାନ ଦେବା, ଭୟ କରିବା ଏବଂ ଗଭୀର ଜ୍ଞାନ ଆହରଣ କରିବା ସହିତ ବିଭିନ୍ନ ଦେଶରେ ପ୍ରକୃତି ମାତାଙ୍କ ପୂଣ୍ୟ ପୀଠ ସ୍ଥାପନ କରି ଲୋକ ମାନଙ୍କୁ ସଚେତନ କରିବା ପାଇଁ ଅନୁରୋଧ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସୂଚନା ଥାଉକି ୨୦୨୩ ନଭେମ୍ବର ୧୦ ତାରିଖରେ ଗ୍ରୀନ ଅର୍ଗାନିକ ଡେଭେଲପମେଟଂ (ଗଡ୍ ) ଅନୁଷ୍ଠାନ ତରଫରୁ ଭାରତୀୟ ନିର୍ବାଚନ କମିଶନଙ୍କ ପୂର୍ବତନ ମୁଖ୍ୟ ପରାମର୍ଶଦାତା ଡଃ.ଭଗବାନ ପ୍ରକାଶ, ଅବସରପ୍ରାପ୍ତ ଆଇଏଏସ ଅରବିନ୍ଦ ବେହେରା, ପଦ୍ମଶ୍ରୀ ସାବରମତୀ , ସମାଜସେବୀ ମହାସଂଘର ନେତ୍ରୀ ସୁଜତା ପଶାୟତ, ମଧୁସୂଦନ ଦାଶ, ଉତ୍କଳ ବିଶ୍ୱ ବିଦ୍ୟାଳୟ ଛାତ୍ର ନେତା ସୁଧାଶୁଂ ଭୂଷଣ ନାୟକ, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପଣ୍ଡା,ସୁରେଷ କୁମାର ପଣ୍ଡା, ପରିବେଶ ବିତ୍ ଆରତୀ ଦେବୀ,

ରତିକାନ୍ତ ପତିହାରିଙ୍କ ସହଯୋଗ ଏବଂ ପଦ୍ମଶ୍ରୀ ଡଃ.ତୁଳସୀ ମୁଣ୍ଡା, ସ୍ବାସ୍ଥ୍ୟ ବିଜ୍ଞାନୀ ଡ଼ଃ.ଅଶୋକ ମହାପାତ୍ରଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ପଚାଂୟତ ଗଡଗଡା ପାହାଡ ପାଦଦେଶ ସ୍ଥିତ ମୋକ୍ଷରଧାମ ପ୍ରକୃତି ମାତାଙ୍କ ପୂଣ୍ୟ ପୀଠ ଠାରେ ପ୍ରଥମ ବିଶ୍ୱ ପ୍ରକୃତି ଚିନ୍ତନ ଦିବସ ପାଳନ କରି ଲୋକ ମାନଙ୍କ ଭିତରେ ପରିବେଶ ପ୍ରତି ନିଜର ଦାୟିତ୍ୱ ବୋଧକୁ ବିଶ୍ଲେଷଣ କରିବା ପାଇଁ କାର୍ଯ୍ୟକ୍ରମ କରାଯାଇଥିଲା ।
