You are currently viewing କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ
କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ ଆଦିବାସୀ ଉନ୍ନୟନ ବୈଠକରେ ଯୋଗଥିଲେ। କନ୍ଧମାଳ ଜିଲାର ଯେପରି ଆଦିବାସୀ ମାନଙ୍କର କଳା , ସଂସ୍କୃତି , ପରମ୍ପରା କିଭଳି ଭାବେ ବିକାଶ ହୋଇପାରିବ ସେ ଉପରେ ମତ ରଖିବା ସହିତ ଆସୁଥିବା ସମସ୍ତ ଅର୍ଥ କିପରି ପ୍ରତି ଆଦିବାସୀ ମାନଙ୍କର ବିକାଶ ପାଇଁ ସୁବିନିଯୋଗ ହୋଇ ପାରିବ ସେଥିପାଇଁ ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ ରାଜ୍ୟର ସମସ୍ତ ୯ଟି ଜିଲାର ଉନ୍ନୟନ ପରିଷଦର ଅଧ୍ୟକ୍ଷ , ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ୫-ଟି ସଚିବଙ୍କୁ ମଧ୍ୟ ସାକ୍ଷାତ କରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।