You are currently viewing ଶ୍ରୀ ଅରବିନ୍ଦ ଦେହାଂଶ ସଂସ୍ଥାପନର ତ୍ରୟ ଦଶ ପୁଣ୍ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଶ୍ରୀ ଅରବିନ୍ଦ ଦେହାଂଶ ସଂସ୍ଥାପନର ତ୍ରୟ ଦଶ ପୁଣ୍ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଂଚାୟତ ର ମା ନୁଆଁପଲ୍ଲୀ ସ୍ଥିତ ଶ୍ରୀ ଅରବିନ୍ଦ ଦେହାଂଶ ସଂସ୍ଥାପନ ର ତ୍ରୟ ଦଶ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ପାଳିତ ହୋଈ ଯାଇଛି ! ସକାଳେ ଗ୍ରାମ ପରିକ୍ରମା କରାଯିବା ପରେ, ଦେହାଂଶ ମନ୍ଦିରରେ ଆବାହନୀ, ଧ୍ୟାନ, ପ୍ରାର୍ଥନା କରାଯିବା ସହ ମଞ୍ଚ ରେ ପ୍ରାର୍ଥନା ସଂଗୀତ ଗାନ ପରେ ଆସ ମା ଙ୍କୁ ଭଲ ପାଇବା ଉପରେ ଆଧ୍ୟାତ୍ମିକ ଆଲୋଚନା କରାଯାଇ ଥିଲା ! ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ଥିବା ବେଳେ, ଆଲୋଚକ ସସଧର ବେହେରା, ଭାଗିରଥି ମହାପାତ୍ର, ଲକ୍ଷ୍ମୀ ଚରଣ ଦାସ ଯୋଗ ଦେଇ ଆଲୋଚନା କରିଥିଲେ ! ପଦ୍ମ ଚରଣ ପ୍ରଧାନ ପରିଚାଳନା କରିଥିଲେ !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।