You are currently viewing ବ୍ଳକସ୍ତରୀୟ ଶିଶୁ ସୁରକ୍ଷା ନିମନ୍ତେ ଅଗ୍ରାଧିକାରୀ କର୍ମଚାରୀଙ୍କୁ ସଚେତନତା ଶିବିର କାର୍ଯ୍ୟକ୍ରମ
ବ୍ଳକସ୍ତରୀୟ ଶିଶୁ ସୁରକ୍ଷା ନିମନ୍ତେ ଅଗ୍ରାଧିକାରୀ କର୍ମଚାରୀଙ୍କୁ ସଚେତନତା ଶିବିର କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ବିଜୁ କନ୍ୟାରତ୍ନ ଯୋଜନା ଆନୁକୂଲ୍ୟରେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟରେ ବ୍ଳକସ୍ତରୀୟ ଶିଶୁ ସୁରକ୍ଷା ନିମନ୍ତେ କାର୍ଯ୍ୟରତ ଅଗ୍ରାଧିକାରୀ ମହିଳା କର୍ମଚାରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀଙ୍କ ଅଧ୍ଯକ୍ଷତାରେ ସ୍ଥାନୀୟ ସରପଞ୍ଚ ବି . ସନ୍ଧ୍ୟାରାଣୀ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏଥିସହ ଅଙ୍ଗନ ଶିିି ସୁରକ୍ଷା କମିଟି ଅଧିକାରୀ ଦେବବ୍ରତ ମହନ୍ତ , ସୁଜିତ କୁମାର ସାହୁ , ମେଡିକାଲ ଅଫିସର ସୁଚସ୍ମିତା ଚୌଧୁରୀ , ସୁପରଭାଇଜର ସଞ୍ଜୁଲତା ପାଣିଗ୍ରାହୀ , ଭାଗ୍ଯଲତା ପାତ୍ର , ବବିତା କୁମାରୀ ପଣ୍ଡା , ଶାନ୍ତିଲତା ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟ ଅଧିନରେ ରହିଥିବା ଦିଗପହଣ୍ଡି , ବମକୋଇ , କରପଡା ଓ ପଦ୍ମନାଭପୁର ସେକ୍ଟର ଅଧିନସ୍ଥ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ ଓ ଏଏନଏମ କର୍ମୀ ମାନଙ୍କୁ ଶିଶୁ ସୁରକ୍ଷାର ସଫଳ ରୂପାୟନ ନିମନ୍ତେ ବାଲ୍ୟବିବାହ କୁପରିଣାମ ସମ୍ପର୍କରେ କିଶୋର କିଶୋରୀ , ଯୁବକ ଯୁବତୀ ମାନଙ୍କୁ ଜଣାଇବା , ଲିଙ୍ଗଭେଦ ଦୂର କରିବା , କନ୍ୟାଭ୍ରୂଣ ହତ୍ୟା ବନ୍ଦ ଆଦି ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରିବା ପାଇଁ ଶପଥ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଅଙ୍ଗନୱାଡି , ଆଶା ଓ ଏଏନଏମ କର୍ମୀ କର୍ମୀ ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

କିରଣ କୁମାର ବେହେରା , ରିପୋର୍ଟର ( ଦିଗପହଣ୍ଡି)