You are currently viewing ଜନ ଆରୋଗ୍ୟ ପରିଚାଳନା ସମିତି ର ବୈଠକ
ଜନ ଆରୋଗ୍ୟ ପରିଚାଳନା ସମିତି ର ବୈଠକ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର ରାହାଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଶୁକ୍ରବାର ଦିନ ଜନ ଆରୋଗ୍ୟ ପରିଚାଳନା ସମିତି ର ବୈଠକ ଜିଲ୍ଲା ପରିଷଦ ସଦସ୍ୟ ବିନୋଦିନୀ ସ୍ୱାଇଁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଈ ଯାଇଛି ! ସ୍ୱାସ୍ଥ୍ୟ କେନ୍ଦ୍ରର ମରାମତି , ସମସ୍ତ ରୁମ କଲର କରିବା, ବାଉଣ୍ଡାରୀ ୱାଲ ନିର୍ମାଣ, ପାର୍କ ନିର୍ମାଣ, ସର୍ବସାଧାରଣ ପାନୀୟ ଜଳ ପାଇଁ ଙ୍କ ପାଇଁ ଆକୱାଗାର୍ଡ ରଖିବା, ପରିବେଶ ସଫେଇ, ନୂତନ ବିଲଡିଂ କୁ ରାସ୍ତା ନିର୍ମାଣ ଆଦି ବିଷୟରେ ଆଲୋଚନା କରାଯାଈ ଥିଲା !ଏଥି ମଧ୍ୟରୁ ଜନ ଆରୋଗ୍ୟ ସମିତି ଫଣ୍ଡ ରୁ କେତେକ କାର୍ଯ୍ୟ କରିବା ସହ ଅନ୍ୟ କାର୍ଯ୍ୟ ଗୁଡିକ ପଂଚାୟତ ଓ ବ୍ଲକ ରୁ କରିବା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ! ଏହି ବୈଠକ ରେ କୋଦଳା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆଦିତ୍ୟ ପ୍ରସାଦ ସାହୁ, ରାହାଡା ସ୍ୱାସ୍ଥ୍ୟ ଅଧିକାରୀ ଦାମୋଦର ପାତ୍ର, ମନୋଜ କୁମାର ସାହୁ, ସଞ୍ଜୟ କୁମାର ସାହୁ,ସମାଜସେବୀ ଜୟରାମ ସ୍ୱାଇଁ, ଷଣ୍ଢମୂଳ ସରପଞ୍ଚ ପ୍ରଶାନ୍ତ କୁମାର ପରିଡା, ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ବି ଏମ ପି ଗଣେଶ ନାହାକ, ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ମମତା ପଣ୍ଡା ଙ୍କ ସମେତ ମେଡିକାଲ କର୍ମଚାରୀ ଓ ପରିଚାଳନା ସମିତି ର ସଦସ୍ୟ ଯୋଗ ଦେଇ ଥିଲେ ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।