You are currently viewing କଙ୍କୋର ବିଜ୍ଞାନ ମହା ବିଦ୍ୟାଳୟରେ ଭୋଟର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
କଙ୍କୋର ବିଜ୍ଞାନ ମହା ବିଦ୍ୟାଳୟରେ ଭୋଟର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବ୍ରହ୍ମପୁର , ୨୬/୧୧ -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅଧୀନସ୍ଥ କଙ୍କୋରଡ଼ା ବିଜ୍ଞାନ ମହା ବିଦ୍ୟାଳୟରେ ଆଜି ଭୋଟର ସଚେତନତା କାର୍ଯ୍ୟକ୍ରମ ଏନ୍.ଏସ.ଏସ ତରଫରୁ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜ୍ ର ଅଧ୍ୟକ୍ଷ ଡ଼ଃ.ପ୍ରକାଶ ଚନ୍ଦ୍ର ଜେନା ପୌରହିତ୍ୟ କରିଥିବା ବେଳେ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ୍ ଏ.ବି.ଡି.ଓ ଜୟନ୍ତୀ ମୁଣ୍ଡା ୧୮ ବର୍ଷ କିମ୍ବା ୧୮ ବର୍ଷରୁ ଉର୍ଦ୍ଧ ବୟସର ନାଗରିକ ମାନେ କେଉଁ ପଦ୍ଧତିରେ ଭୋଟର ତାଲିକାରେ ସେମାନଙ୍କର ନାମ ପଞ୍ଜିକୃତ କରିପାରିବେ ସେହି ବିଷୟରେ ଆଲୋକପାତ କରିଥିଲେ ।

ସାନଖେମୁଣ୍ଡି ବ୍ଲକର ବି.ଏଲ.ଓ ସୁପରଭାଇଜର ଚନ୍ଦ୍ରଶେଖର ମହାପାତ୍ର ନିଜର ବକ୍ତବ୍ୟରେ ଭୋଟର ସଚତନତା ଉପରେ ଆଲୋକପାତ କରିବା ସହିତ ଅନେକ ଅନଲାଇନ୍ ର ମାଧ୍ୟମ , ଯାହା ଦ୍ଵାରା ସହଜରେ ଭୋଟର ତାଲିକାରେ ନାମ ପଞ୍ଜିକୃତ କରିପାରିବେ ତାହା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅମିନ ପ୍ରଧାନ , ସାହସପୁର ର ଲେଡି ସୁପରଭାଇଜର ପୁଷ୍ପଲତା ସାହୁ , ଚୁଡଙ୍ଗପୂର ଲେଡି ସୁପରଭାଇଜର ମମତା କୁମାରୀ ଦେବୀ , ଏଲ.ଏସ ପାଟପୁର ଆଦି ଅଂଶ ଗ୍ରହଣ କରିଥିଲେ । କଲେଜ୍ ର ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କ ସମେତ ଛାତ୍ରଛାତ୍ରୀ ମାନେ ବହୁଳ ମାତ୍ରାରେ ଯୋଗ ଦେଇଥିଲେ । ପରିଶେଷରେ ଗଣିତ ବିଭାଗୀୟ ଅଧ୍ୟାପିକା ସ୍ୱାଗତିକା ମହଙ୍କୁଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ ।