ଛତ୍ରପୁର , ୦୯/୦୧ – ( ଭଗବାନ ଦାସ ) -:- ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ପୋଲିସ ପକ୍ଷରୁ ରବିବାର ଦିନ କେରାଣ୍ଡିତୋଳା ଗ୍ରାମରେ ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ଙ୍କ ଉପସ୍ଥିତି ରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସରପଞ୍ଚ ବି. ସୁଦାମ , ସମିତି ସଭ୍ୟପାର୍ଥୀ ଅମରେଶ୍ୱର ସାହୁ, କୋରା ମହାରଣ , ପ୍ରକାଶ ପାଣିଗ୍ରାହୀ, ଏସ ଆଇ ମାନସୀ ସାହୁ, ଏ ଏସ ଆଇ ଅରୁଣ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ଗ୍ରାମବାସୀଙ୍କୁ ପୋଲିସ କୁ ଦେଖି ଭୟବିତ ନହେବା , ଗୁଣୀ ଗାରେଡ଼ି, ସାଇବର ଠକ, ଗ୍ରାମରେ କୌଣସି ଅସୁବିଧା ହେଲେ ପୋଲିସ କୁ ଖବର ଦେବା, ଅଜଣା ଲୋକ ମାନଙ୍କୁ ନିଜର ବ୍ୟାଙ୍କ୍ ଖାତା, ଏଟିମ କାର୍ଡ ନଦେବା ପାଇଁ ବୁଝାଇ କହିଥିଲେ। ପରେ ପରେ ମାନସୀ ସାହୁ ଗ୍ରାମର ମହିଳା ମାନଙ୍କୁ ଜାତି ପ୍ରଥା , ମୋବାଇଲ୍ ଠକେଇ , କୌଣସି ଅଜଣା ଲୋକ ର ଫୋନ କଲେ ଆଧାର କାଡ, ବ୍ୟାଙ୍କ୍ ଖାତା ନମ୍ବର ନଦେଇ ସିଧସଳଖ ଯାଇ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଗ୍ରାମର ସରପଞ୍ଚ ଲୋକ ମାନଙ୍କୁ ବିଭିନ୍ନ ସମୟରେ ଗ୍ରାମରେ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ ସିଧସଳଖ ଭାବରେ ପୋଲିସ୍ ସହିତ ଯୋଗାଯୋଗ କରିବା ପାଇଁ କହିଥିଲେ । ସଭା ଶେଷରେ ଏ ଏସ ଆଇ ଅରୁଣ କୁମାର ରାଉତ ଏକ ଜନମଙ୍ଗଳ କାରି ଦେଶରେ ପୋଲିସର ଭୂମିକା ଓ ସାଧାରଣ ଲୋକ ନାମେ ବିନା ଭୟରେ ପୁଲିସ ସହିତ ଯୋଗାଯୋଗ କରିବା ପାଇଁ କହିଥିଲେ । ପୋଲିସ ସବୁବେଳେ ଲୋକ ମାନଙ୍କ ସେବା କରିବା ପାଇଁ କହିଥିଲେ। ସଭା ଶେଷରେ ପ୍ରକାଶ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

