ପୁରୁଷୋତ୍ତମପୁର ସହର ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଡ଼ସ ସଚେତନତାର ବାର୍ତ୍ତକୁ ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟ ସଚେତନତା କରି ନଗର ପରି ଭ୍ରମଣ କରିଥିଲେ | ବିଶ୍ବ ଏଡ଼ସ ଦିବସକୁ ତାରାତାରିଣୀ ମହାବିଦ୍ୟାଳୟ ପରିସରରେ ମଧ୍ୟ ଏକ ବୈଠକ ମାଧ୍ୟମ ରେ ପାଳିତ ହୋଇଯାଇଛି l ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ସିମାଞ୍ଚଳ ପଟ୍ଟନାୟକଙ୍କ ତତ୍ୱବଧାନ ରେ ବିଶ୍ୱ ଏଡ଼ସ୍ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଏହି ବିଶ୍ୱ ଏଡ଼ସ୍ ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣିବୈଦ୍ୟ,ସମ୍ମାନିତ ଅତିଥିଭାବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପିଙ୍କି ବେହେରା, ଏବଂ ବିଡ଼ିଓ ମନୋଜ କୁମାର ନାୟକ, କାଉନସିଲର ଅଶୋକ କୁମାର ମହାଙ୍କୁଡ, ପ୍ରମୁଖଙ୍କ ଉପସ୍ଥିତରେ ଉଦ୍ଘାଟନ ହୋଇଯାଇଥିଲା । ଅତିଥି ମାନଙ୍କ ଅଭିଭାଷଣ ରେ ଯେଉଁ ବ୍ୟକ୍ତିଙ୍କୁ ଏଡ଼ସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି ତାଙ୍କୁ ଘୃଣା ନ କରି ତାଙ୍କର ଉତ୍ତମ ଚିକିତ୍ସା କରିଵା ସହିତ ରୋଗୀଙ୍କ ସହିତ ଉତ୍ତମ ସମ୍ପର୍କ ରଖୀ ତାଙ୍କୁ ଉତ୍ସାହିତ କରିବାକୁ ଅତିଥି ମାନେ ମତ ଦେଇଥିଲେ | ଯାହାଦ୍ୱାରା ଔଷଧ ସେବନ ସହିତ ସହଯୋଗ ମନୋବଳ ବୃଦ୍ଧି କଲେ ସେରୋଗୀ ଆପେ ଆପେ ଭଲ ହୋଇ ଯିବ |.

ଏବଂ ଏଡ଼ସ୍ ଏଚଆଇଭି ଭୁତାଣୁ ଠାରୁ ଦୂରରୁ ରହିବା ପାଇଁ ସଦାବେଳେ ଚେଷ୍ଟା କରିବା ଆବଶ୍ୟକ୍ତା ଅଛି ବୋଲି ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ l ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଏଡ଼ସ୍ ର ସଚେତନତା ମାଧ୍ୟମରେ ବାର୍ତ୍ତା ଦ୍ୱାରା ସର୍ବସାଧାରଣ ମାନଙ୍କୁ ସୂଚନା ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମଟି ଅନୁଷ୍ଠାନର ଅଧ୍ୟାପକ ନାଇଡ଼ୁ ମୋହନ ପରିଚାଳନା କରିଥିଵା ବେଲେ ଅଧ୍ୟାପକ ଡ଼କ୍ଟ ପ୍ରବୀର କିଶୋର ପ୍ରଧାନ,ଅଧ୍ୟାପକ ଦେବୀ ପ୍ରସାଦ ମିଶ୍ର, କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ l

ଏଥିରେ ଅଧ୍ୟାପକ ଅଧ୍ୟାପିକା ଆଇଁସିଟିସି ସ୍ନେହଲତା , ଏବଂ ଏନ୍ ଜି ଓ ଅରୁଣା ସଂଗଠନ ର କର୍ମକର୍ତା ମାନେ ଉପସ୍ଥିତ ଥିବା ବେଳେ ମହାବିଦ୍ୟାଳୟର ଛାତ୍ରୀ ଛାତ୍ରୀ ବହୁ ସଂଖ୍ୟାରେ ସାମିଲ ହୋଇ ଏକ ନିରାକରଣ ଉପରେ ସଚେତନତା ରାଲି ମାଧ୍ୟରେ ସହର ପରିକ୍ରମା କରି ନରସିଂହ ଦାସ ଉଚ୍ଚବିଦ୍ୟାଳୟ ପରିସର ଏବଂ କାଳୀମନ୍ଦିର ଛକ ପ୍ରଯ୍ୟନ୍ତ ଯାଇଁ ସର୍ବସାଧାରଣଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ |
ରିପୋର୍ଟ ପ୍ରସନ୍ନ କୁମାର ଦାସ
