You are currently viewing ୪୨ ମୈ।ଜାରେ ଆମ୍ବେଦକର ଙ୍କର ମହାପ୍ରୟାଣ ଦିବସ ପାଳିତ।
୪୨ ମୈ।ଜାରେ ଆମ୍ବେଦକର ଙ୍କର ମହାପ୍ରୟାଣ ଦିବସ ପାଳିତ।

କଟକ ତା ୬/୧୨ କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ ମୈ।ଜାସ୍ଥ ବେଣ୍ଟକାର ଠାରେ କଟକ ସଦର ଡଃ ବି ଆର୍ ଆମ୍ବେଦକର ଉନ୍ନୟନ ପରିଷଦ ପକ୍ଷରୁ ଭାରତରତ୍ନ ବାବା ସାହେବ୍ ଡଃ ଭୀମରାଓ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଅଛି। କଟକ ସଦର ଡଃ ବି ଆର ଆମ୍ବେଦକର ଉନ୍ନୟନ ପରିଷଦର ସଭାପତି ରାମଚନ୍ଦ୍ର ଗୋଛାୟତ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଷଦର ସମସ୍ତ ସଭ୍ୟ ସଭ୍ୟା ମାନେ ବେଣ୍ଟକାର ସ୍ଥିତ ପୁଷ୍କରିଣୀରେ ତିଳ ତର୍ପଣ କରିବା ସହିତ ବାବା ସାହେବ୍ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ସଭାପତି ରାମଚନ୍ଦ୍ର ଗୋଛାୟତଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ବାବା ସାହେବ୍ ଙ୍କ ଅବିସ୍ମରଣୀୟ ଅବଦାନ ସଂପର୍କରେ ବକ୍ତା ମାନେ ଆଲୋଚନା କରିବା ସହିତ ସମ୍ବିଧାନର ଧାରା ଓ ବିଭିନ୍ନ ଦିଗକୁ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପସଭାପତି ପ୍ରଭାତ କୁମାର ଖଟୁଆ, ସମ୍ପାଦକ ପ୍ରାଣକୃଷ୍ଣ ଭୋଇ, ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ସେନାପତି, ସୁବ୍ରତ ଦାସ, ଦୁର୍ଗା ଶଙ୍କର ଦାଶ, ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ, ନିହାର ରଞ୍ଜନ ନନ୍ଦ, ଦିଲିପ କୁମାର ମହାନ୍ତି, ସୀତାକାନ୍ତ ପଣ୍ଡା, ଦିଲିପ କୁମାର ବାରିକ, ଋଷି କାଣ୍ଡି, ଉମାଶଙ୍କର କୁଆଁର, ପ୍ରଫୁଲ୍ଲ କୁମାର ସାହାଣୀ, ସୁକଦେବ ସାମଲ, ସଲିଳ ଭୋଇ, ନରେନ୍ଦ୍ର ନାଥ ମଲ୍ଲିକ, ଦିଲିପ କୁମାର ସାମଲ, ଦିପକ କୁମାର ସାମଲ ଓ ସବିର ମହମ୍ମଦ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ କଟକ ସଦର ଦଳିତ ମହାସଂଘର ଉପସଭାପତି ଅନୀଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।