You are currently viewing କ୍ୟାନସର କୁ ଡରନ୍ତୁ ନାହିଁ – ଡରାନ୍ତୁ, ସମାଜକୁ ଏହିପରି ବାର୍ତ୍ତା ଦେଲେ ପୀଡିତା ମହିଳା ।
କ୍ୟାନସର କୁ ଡରନ୍ତୁ ନାହିଁ – ଡରାନ୍ତୁ, ସମାଜକୁ ଏହିପରି ବାର୍ତ୍ତା ଦେଲେ ପୀଡିତା ମହିଳା ।

ବିଶାଖାପାଟଣା , ୨୦/୧୧ – ( ଯଶୋବନ୍ତ ପାଢ଼ୀ ) -:- କ୍ୟାନସର ରୋଗ ମାନବ ସମାଜରେ ଭୟର ବାତାବରଣ ସୃଷ୍ଟି କରିଛି, ଏହି ରୋଗର ଲକ୍ଷଣ ପୂର୍ବେ ବୟସ୍କ ମାନଙ୍କ ନିକଟରେ ଦେଖାଦେଇଥିଲା ଏବଂ ଏହାର ଚିକିତ୍ସା ପାଇଁ ଚିକିତ୍ସକ ଓ ହସପିଟାଲ ନଥିବାରୁ ଅତି କମ ଦିନରେ ସେମାନଙ୍କ ମୃତ୍ୟୁ ଘଟୁଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଏହି ରୋଗ ବୟସ୍କଙ୍କ ପରିବର୍ତ୍ତେ ଯୁବପୀଢ଼ି ସହ ଛୋଟ ଛୋଟ ପିଲାଙ୍କ ନିକଟରେ ଦେଖାଦେଉଛି। ତେବେ କ୍ୟାନସର ରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଠିକ ସଚେତନତା ନଥିବାରୁ ଏହି ରୋଗରେ ପୀଡିତ ଲୋକଙ୍କ ମୃତ୍ୟୁ ସୁନିଶ୍ଚିତ ଭାବି ପରିବାର ଲୋକେ ଭାବିନୀୟନ୍ତି ଏବଂ ପ୍ରତେକ ବର୍ଷ ଏହି ରୋଗରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି ।

କ୍ୟାନସର ରୋଗର ଚିକିତ୍ସା ବର୍ତ୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଏଥିରୁ ଜଣେ ରୋଗୀ ବଞ୍ଚିପାରିବ ଏବଂ କ୍ୟାନସର କୁ ଡରନ୍ତୁ ନାହିଁ – ଡରାନ୍ତୁ, ବୋଲି ସମାଜକୁ ଏହିପରି ବାର୍ତ୍ତା ଦେଇଛନ୍ତି କ୍ୟାନସର ରୋଗରେ ପୀଡିତ କିଛି ମହିଳା । ବିଶାଖାପାଟଣା ଆପୋଲୋ ହସପିଟାଲରେ ଭିନ୍ନ ଭିନ୍ନ କ୍ୟାନ୍ସର ରୋଗର ଚିକିତ୍ସା କରି ଗତ ବହୁ ବର୍ଷଧରି ନିଜର ପରିବାର ସହ ସୁଖମୟ ଜୀବନ ବିତାଉଥିବା ମହିଳା ମାନଙ୍କୁ ନେଇ ଆପୋଲୋ ହସପିଟାଲ ପକ୍ଷରୁ “ଭିକ୍ଟୋରିୟସ ଭନିଥାଲୁ” ନାମକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ କ୍ୟାନସର ରୋଗୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଶାଖାପାଟଣା ମେୟର ହରୀ ଭେଙ୍କଟ କୁମାରୀ ଓ ବିଶିଷ୍ଟ କ୍ୟାନସର ଚିକିତ୍ସକ ଡାକ୍ତର. ସୁମନ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଡାକ୍ତର ସୁମନ ଦାସ କହିଛନ୍ତି ଯେ, କ୍ୟାନସର ରୋଗର ନିରାକରଣ ବର୍ତ୍ତମାନ ସମୟରେ ଅତ୍ୟନ୍ତ ସହଜ ଦାୟକ, ଏହାକୁ ଯଦି ପ୍ରାରମ୍ଭରୁ ଚିହ୍ନଟ କରାଯିବ ତା ହେଲେ ଜଣେ ରୋଗୀ ଏହି ରୋଗରୁ ସଂପୂର୍ଣ୍ଣ ନିରୋଗି ହୋଇପାରିବ। କ୍ୟାନସର ପୀଡ଼ିତ ରୋଗୀ ମାନେ ପ୍ରଥମେ ନିଜର ମନୋବଳ ଦୃଢ଼ କରିବା ଆବଶ୍ୟକ ଓ ସେମାନଙ୍କ ପରିବାରର ସଦସ୍ୟ ମାନେ ସେମାନଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ସହଯୋଗ କରିବା ଉଚିତ, ଯାହାଦ୍ଵାରା ଜଣେ ରୋଗୀ ସଂପୂର୍ଣ୍ଣ ରୂପେ ଏହି ରୋଗରୁ ମୁକୁଳି ପାରିବ। ନୂତନ ଟେକ୍ନୋଲୋଜି ଦ୍ଵାରା କ୍ୟାନସର ରୋଗର ଚିକିତ୍ସା ବର୍ତ୍ତମାନ ସଂପୂର୍ଣ୍ଣ ସହଜ ହୋଇପାରିଛି, ଏଣୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୀଡିତା ମହିଳା ମାନେ କ୍ୟାନସର ଭଳି ରୋଗକୁ ଡରାନ୍ତୁ ଏହାକୁ ଡରନ୍ତୁ ନାହିଁ ବୋଲି ସମାଜକୁ ସଚେତନତାର ବାର୍ତା ଦେଇଛନ୍ତି ।