You are currently viewing ସହାୟତା ର ହାତ ବଢ଼ାଇଲା ସଂଘ।<br>କଥାରେ ନୁହେଁ କାମରେ କରି ଦେଖାଇଲା ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ।
ସହାୟତା ର ହାତ ବଢ଼ାଇଲା ସଂଘ।
କଥାରେ ନୁହେଁ କାମରେ କରି ଦେଖାଇଲା ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ।

ନିଜ ଜାତି ଭାଇର ଦଶାହ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସାଉଁଟିଲା ପୁଳାପୁଳା ପ୍ରଶଂସା।ସାର୍ଥକ କଲା ଏହି ଉକ୍ତିକୁ। ବିପଦ ବେଳର ବନ୍ଧୁ ପ୍ରକୃତ ବନ୍ଧୁ।ଏମିତି ଏକ କାର୍ଯ୍ୟ କରି ଦେଖାଇଛି ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ଓଡ଼ିଶାର ର ରାଜ୍ୟ ସଭାପତି ପରମଶୈବ ଲଳିତ ମହାପାତ୍ର ଙ୍କ ନିର୍ଦେଶ କର୍ମେ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟମୋକେଶ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ସଭାପତି ଶରତ ମହାପାତ୍ର ଜିଲ୍ଲା ସମ୍ପାଦକ ଅମିତ କୁମାର ରଣା ଜଟଣୀ ବ୍ଲକ ସଭାପତି ପ୍ରଦୀପ ନାୟକ ବ୍ଲକ ସମ୍ପାଦକ ବିଶ୍ୱଜିତ ଗୁରୁ ।ସମ୍ପୃକ୍ତ ବ୍ଲକର ଶୈବବିପ୍ର ପଞ୍ଚାନନ ମହାପାତ୍ର, ତନ୍ମୟ ମହାପାତ୍ର, ଓ ଖୋର୍ଦ୍ଧା ପରିଷଦ ର ସଦସ୍ୟ ମାନେ ଏକତ୍ରିତ ହୋଇ ବଢ଼ାଇଲେ ସହାୟତାର ହାତ। ଗତ କିଛିଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତଉପରବସ୍ତ ଗାଁର ଶୈବବିପ୍ର ରବି ରଣା ଙ୍କର ଦେହାନ୍ତ ହୋଇଯାଇଥିଲା।ତାଙ୍କ ପରିବାରବର୍ଗଙ୍କ ଏଭଳି ଦୁଃଖଦ ସ୍ଥିତିରେ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ତାଙ୍କର ଦଶାହ କାର୍ଯ୍ୟ ନିମନ୍ତେ ଯୋଗାଇଲା ଆବଶ୍ୟକ ସାମଗ୍ରୀ।ଖୋର୍ଦ୍ଧା ଏବଂ ଜଟଣୀ ବ୍ଲକର ଶୈବବିପ୍ର ମାନେ ମିଳିତ ହୋଇ ନେଲେ ଏପରି ପଦକ୍ଷେପ।ତେବେ ସଂଗଠନର ଏଭଳି କାର୍ଯ୍ୟପାଇଁ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଢ଼େରସାରା ପ୍ରଶଂସା ସାଉଁଟିଛି ସଂଘ ।