ଜଗନ୍ନାଥ ପ୍ରସାଦ :୨୪/୧:(ଚିତ୍ତରଞ୍ଜନ ଗନ୍ତାୟତ )
ରାଜ୍ୟ ସରକାର ବୃଦ୍ଧବୃଦ୍ଧାଙ୍କ ଲାଗି ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଭର୍ତ୍ତା, ଭିର୍ଣ୍ଣକ୍ଷମ ଭର୍ତ୍ତା, ବିଧବା ଭର୍ତ୍ତା ଯୋଗାଇ ଦେଇଛନ୍ତି l କିନ୍ତୁ ଜଗନ୍ନାଥ ପ୍ରସାଦ ବ୍ଲକର ଅନେକ ପଞ୍ଚାୟତର ବୃଦ୍ଧବୃଦ୍ଧା ମାନେ ଦୀର୍ଘ ଦୁଇ ମାସ ହେଲା ଭିର୍ଣ୍ଣକ୍ଷମ ଏବଂ ବାର୍ଦ୍ଧକ୍ୟ ଭର୍ତ୍ତା ପାଇବାରୁ ବଞ୍ଚିତ ଥିବା ବୃଦ୍ଧାମାନେ ଆଜି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟଳୟକୁ ଆସି ଅଭିଯୋଗ କରିଛନ୍ତି l
ଜଗନ୍ନାଥ ପ୍ରସାଦ ବ୍ଲକରେ ଶତପ୍ରତିଶତ ଭର୍ତ୍ତା ଯୋଗାଇ ଦିଆଯାଇଥିବା ସ୍ଥଳେ ଅନେକ ବୃଦ୍ଧବୃଦ୍ଧା ଏବଂ ଭିର୍ଣ୍ଣକ୍ଷମ ମାନଙ୍କୁ ଗତ ଦୁଇମାସ ହେଲା ଭର୍ତ୍ତାଟଙ୍କା ନ ମିଳିବାରୁ ଆଜି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମହାପାତ୍ରଙ୍କ କାର୍ଯ୍ୟାଳୟ ନିକଟରେ ଅଭିଯୋଗ ପତ୍ର ପ୍ରଦାନ ପାଇଁ ଅପେକ୍ଷା କରିଛନ୍ତି l ସୂଚନା ପ୍ରକାରେ କ୍ଷେତମୁଣ୍ଡାଳି ପଞ୍ଚାୟତ ଅଧୀନ ବନ୍ତା ଗ୍ରାମ ଡିହସାହିର ଗୋବିନ୍ଦ ପ୍ରଧାନ (72),ଅଳସୁ ପଞ୍ଚାୟତର ଖାଦାଳ ନାଇକ (72),
ଜଗନ୍ନାଥ ପ୍ରସାଦ ପଞ୍ଚାୟତର ଧୋବା ସାହୁ ଏବଂ ଜଳନ୍ଧର ଭୂୟାଁ ଓ ଡୁଙ୍ଗାପଲି ଗ୍ରାମର ସୁକୁମାରି ବାରିକ, ରାଉତି ପଞ୍ଚାୟତ ଚାରିକୋଣିଆ ଗ୍ରାମର
ପଞ୍ଚୁ ସେଠୀଙ୍କ ସମେତ ଅନେକ ବୃଦ୍ଧ ଓ ବୃଦ୍ଧାଙ୍କୁ ଭର୍ତ୍ତାତାଙ୍କ ବାବଦରେ ମାସିକ ସର୍ବମୋଟ ୫୦୦ ଟଙ୍କା ମିଳୁଥିଲେ l କିନ୍ତୁ ଏହି ଟଙ୍କା ଗତ ନଭେମ୍ବର ମାସରୁ ଆଜିଯାଏଁ ପାଇ ନ ଥିବା ଅଭିଯୋଗ କରିଛନ୍ତି l ଭର୍ତ୍ତାଟଙ୍କା ନ ମିଳିବାରୁ ସ୍ଥାନୀୟ ରାଜନେତାଙ୍କୁ କହିଥିଲେ ଏବଂ ବ୍ୟାଙ୍କ ଖାତା ଅପଡେଟ ପାଇଁ ସୂଚନା ଦେଇଥିଲେ l ବ୍ୟାଙ୍କ ଯାଇ ନିଜର ସଂଚୟ ଖାତା ଦେଖିଲା ବେଳକୁ ଟଙ୍କା ଖାତାରେ ଜମା ନ ଥିବା ଜଣାପଡିଥିଲା l ସଞ୍ଚୟଖାତା ଏବଂ ଭର୍ତ୍ତା ପ୍ରମାଣପତ୍ରକୁ ଧରି ସେମାନେ ଆଜି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅପେକ୍ଷା କରିଥିଲେ l ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଭିଡିଓ କଂଫେରାନ୍ସ ଚାଲିଥିବାରୁ ସେମାନେ ସାମାଜିକ ସୁରକ୍ଷା ଓ ଭିର୍ଣ୍ଣକ୍ଷମ ସଶକ୍ତିକରଣ ବିଭାଗ ମିତାଲି ପ୍ରିୟଦର୍ଶିନୀଙ୍କ କାର୍ଯ୍ୟାଳୟ ଆଗରେ ବସିଥିଲେ ଏବଂ ସେମାନଙ୍କ ପ୍ରମାଣପତ୍ରକୁ ନେଇ ଯାଞ୍ଚ କରିଥିଲେ l ତେବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିସି ରେ ଉପସ୍ଥିତ ଥିବାରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ l

