You are currently viewing ଫାସିଗୁଡାରେ ବିଶ୍ବ ପରିବେଶ ଦିବସରେ ସାମୂହିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫାସିଗୁଡାରେ ବିଶ୍ବ ପରିବେଶ ଦିବସରେ ସାମୂହିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନ୍ ୫ ତାରିଖକୁ ସମଗ୍ର ଦେଶ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରି ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଫାସିଗୁଡା ପଞ୍ଚାୟତରେ ମଧ୍ୟ ଏହି ଦିବସକୁ ପାଳିତ କରିଥିବା ଜଣାପଡିଛି । ଏହି ଅବସରରେ ଆଜି ପଞ୍ଚାୟତର ଅମୃତସର ବନ୍ଧରେ ବୃକ୍ଷ ରୋପଣ ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଗୈାରୀ ବିଷୋୟୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଳକ ଉନ୍ନୟନ ଅଧିକାରୀ ଚିତ୍ତରଞ୍ଜନ ଦାସ , ବ୍ଳକ ସହକାରୀ ଯନ୍ତ୍ରୀ ରାଜୀବ ପ୍ରଧାନ , ଏପିଓ ସନ୍ତୋଷ କୁମାର ସାହୁ , ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ , ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପଣ୍ଡା , ଗ୍ରାମ ରୋଜଗାର ସେବକ ବାବୁଲା ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ପରିବେଶକୁ ସବୁଜ ବନାନୀ ଓ ସୁସଜ୍ଜିତ କରିବା ପାଇଁ ଚତୁଃପାର୍ଶ୍ଵରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ ।

ଏଥିସହ ସ୍ବଛ ଭାରତ ମିଶନ ଯୋଜନାରେ ସାମିଲ ହୋଇ ଗ୍ରାମରେ ରହିଥିବା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପରିସର ସଫାସୁତୁରା କରି ଫେରିଥିବା ଜଣାପଡିଛି । ଏଥିରେ ଅତିଥିଙ୍କ ସହ ଉପ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ସମେତ କର୍ମକର୍ତ୍ତା ଏବଂ ସ୍ବେଛାସେବୀ ସନ୍ତୋଷ ପ୍ରଧାନ , ଡମ୍ବରୁଧର ପ୍ରଧାନ , ସଞ୍ଜୟ ବିଷୋୟୀ , ଟିକିନା ବିଶ୍ବାଳ , ଅଶୋକ ପ୍ରଧାନ ପୂର୍ବତନ ସରପଞ୍ଚ ଦିଲୀପ ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା