ପୁରୁଷୋତ୍ତମପୁ ବ୍ଳକ ପ୍ରତାପୁର ତୁମ୍ବେଶ୍ୱର ସମବାୟ ସମିତି ଅଫିସ ର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ସମବାୟ ସଭାପତିସୁଦର୍ଶନ ନାୟକ ଙ୍କ ସଭାପତିତ୍ୱରେ ସମବାୟ ସମିତି ର ବେଙ୍କ ସେବା ଓ ରୁଣ କର୍ମଶାଳା ଆରମ୍ଭ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ, ବ୍ଳକ ଅଧକ୍ଷା ପିଙ୍କି ବେହେରା, ଖଲ୍ଲିକୋଟ ବ୍ଳକ ଅଧକ୍ଷ ଦୈତାରୀ ବେହେରା,ପୂର୍ବତନ ଜିଲ୍ଲା ପରିଷଦ ଉପାଧକ୍ଷା ସ୍ନେହ ଲତା ପଣ୍ଡା, ପୁରୁଷୋତ୍ତମପୁର ସମବାୟ ବେଙ୍କ ମେନେଜର କୃଷ୍ଣ ଚନ୍ଦ୍ର ନାୟକ, ଡାଇରେକ୍ଟର ଅରୁଣ କୁମାର ପଣ୍ଡା, ପାଣ୍ଡିଆସମବାୟ ସଭାପତି ସିମାଞ୍ଚଳ ଗୌଡ଼, ପ୍ରତାପୁର ସରପଞ୍ଚ ଦାଶ ବେହେରା, ସମିତି ସଭ୍ୟା ସୁଷମା ପାତ୍ର | 36 ନଂ ଜିଲ୍ଲା ପରି ସଦ ସଦସ୍ୟ ଭଜ ମନ ବେହେରା, ଙ୍କ ସହ ସବୁ ଡାଇରେକ୍ଟର, ସରପଞ୍ଚ, ସମିତି ସଭ୍ୟ, ଅନ୍ୟାନ୍ୟ ସମବାୟ ସମିତିର ସଭାପତି, ପ୍ରତାପୁର ସମବାୟ ସମ୍ପାଦକ ସିମାଞ୍ଚଳ ରାଉଳ,ପାଣ୍ଡିଆ ସମବାୟ ସଭାପତି ସିମାଞ୍ଚଳ ଗୌଡ଼, ହସିକୋର୍ଟ ର ବରିଷ୍ଠ ଓକିଲ ପଦ୍ମ ଚରଣ ପଟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ପ୍ରଭାକର ରାଉଳ, ଳ ସନ୍ତୋଷ ମହାପାତ୍ର, ପ୍ରଭାକର ରାଉଳ, ବଲଜିତ ରାଉଳ, ବୈଷ୍ଟବ ବେହେରା,ପୁରୁଷୋତ୍ତମପୁର ବିସିସି ବେଙ୍କ ମେନେଜର କୃଷ୍ଣ ଚନ୍ଦ୍ର ନାୟକ, ସମସ୍ତ ବେଙ୍କ ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ ଓ ଭାଗଚାଷୀ କିପରି ଏହି ଯୋଜନାର ଲାଭ ଉଠାଇ ପାରିବ ସେ ଦିଗରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଯେଉଁମାନେ ସମ୍ପୂର୍ଣ ଭାବେ ଭୂମି ହୀନ, ସେମାନଙ୍କୁ ମଧ୍ୟ ବଳରାମ ଯୋଜନା ରେ ରୁଣ ଦେବାସହ ପୁର୍ବ ର ରୁଣ ଥିଲେ 13ଟଙ୍କା ସୁଧରେ ତାକୁ ପରିଶୋଧ କରିବାକୁ ପଡିବ ବୋଲି କହିଥିଲେ | ଅନ୍ୟ ଅତିଥିମାନେ ମଧ୍ୟ ଅନୁରୂପ ମତ ଦେଇଥିଲେ | ବିଧାୟିକା ତାଙ୍କ ଭାଷଣ ମାଧ୍ୟମରେ ବେଙ୍କ ର ରୁଣ ର ସୁବିଧା, ଓ ତାର କାର୍ଯ୍ୟ କାରିତା ରେ ବହୁ ସମବାୟ ସଂସ୍ଥା ଛୋଟରୁ ଆରମ୍ଭ କରି ଆଜି ହଜାର, ହଜାର କୋଟି ଟଙ୍କାର ବ୍ୟବସାୟ କରି ପାରିଛନ୍ତି ତେଣୁ ଏହାକୁ ଠିକ ଭାବେ ପରିଚାଳନା କଲେ ସମସ୍ତେ ସୁବିଧା ପାଇ ପାରିବେ, କିନ୍ତୁ ରୁଣ ନେଇ ତାକୁ ପରିଶୋଧ ନକଲେ ସମବାୟ ବନ୍ଦ ହେବା ସହ କୌଣସି ରିହାତି ଦେଇ ପାରିବ ନାହିଁ ବୋଲି କହିଥିଲେ | ଡାଇରେକ୍ଟର ଅରୁଣ ପଣ୍ଡା ଓ ସମବାୟ ସଭାପତି ସୁଦର୍ଶନ ନାୟକ ଏହି ପଞ୍ଚାୟତ ରେ ଏକ ଶୀତଳ ଭଣ୍ଡାର କଲେ ଚାଷୀଙ୍କ ସମସ୍ତ ଚାଷ ଜିନିଷ ସୁରକ୍ଷିତ ରେ ରଖି ପାରିବ ଏବଂ ଯାହାଦ୍ୱାରା ସମସ୍ତେ ଉପକୃତ ହୋଇ ପାରିବେ | ଏହି କାର୍ଯ୍ୟ କ୍ରମରେ ଗ୍ରାମବାସୀଙ୍କ ସହ ନାରାୟଣ ବେହେରା, ବିଜୟ ସାହୁ ହରି ସାହୁ, ତପନ ରାଉଳ, କାଶୀନାଥ ରାଉଳ ସହଯୋଗ କରିଥିଲେ. ରିପୋର୍ଟ ପ୍ରସନ୍ନ କୁମାର ଦାସ

