ଦିଗପହଣ୍ଡି , ୦୭/୧୧ -:- ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଦିଗପହଣ୍ଡିର ଅନେକ ଗ୍ରାମରେ ପକ୍କା ରାସ୍ତାଟିଏ ନାହିଁ l ରାସ୍ତା ନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ l ରୋଗୀ ହସ୍ପିଟାଲ ଯାଇପାରୁନାହିଁ କି ଆମ୍ବୁଲାନ୍ସ ଆସିପାରୁନାହିଁ ଗ୍ରାମକୁ l ଶିଶୁ ଶିକ୍ଷା ରୁ ବଞ୍ଚିତ ହେଉଥିବା ବେଳେ ପଂଚାୟତରରେ ମିଳୁଥିବା ଚାଉଳ ରାସନ ସାମଗ୍ରୀ ପାଇଁ ମଧ୍ୟ ପାହାଡିଆ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାତାୟାତ ହେଉଛନ୍ତି ଗ୍ରାମବାସୀ l ଅନେକ ବାର ଅଭିଯୋଗ ଏବଂ ଆନ୍ଦୋଳନ କରିବା ପରେ ମଧ୍ୟ ଆଜି ପ୍ରଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ ପ୍ରଶାସନ l ଘାଟି କଣ୍ଡାଗାଁ,ଘାଟି ଆମ୍ବଗାଁ, ଖଜୁରିଆ, କାମରା ଖାଳି, ପିପଳା ପଦର, ପଦ୍ମପୁର, ନୁଆଁଗାଁ ଠାରୁ ଆମ୍ବଗାଁ,ନୁଆଁ ବାଉଁଶିଆ ପଲ୍ଲୀ,ଲହୁଣୀଆ, ଜାମସାହି, ଗାଇଡା ବୁଢା ଢ଼େପ,ବାଲି ସହି,ମାଣିକ ପୁର, ଡ଼େଙ୍ଗାପଦର ଠାରୁ ନୁଆଁ ପଡା ଲୁଣ୍ଡି ଗୁଡା,ଗୋଡ଼ାହାଡ଼ ଡମ ଠାରୁ ମହୁଲ ପଡା,ନନ୍ଦପୁର ଠାରୁ ଭୁଶୁଣ୍ଡା,ନିମଖଣ୍ଡି ପେଣ୍ଠ ଠାରୁ ସିନ୍ଧବl, ଛଣବଗଡ଼,ତଡା, ହାଣ୍ଡିମା ଠାରୁ ଗୋଚ୍ଛା ପଟା ଓ ଦୁଦୁରୁମା ଆଦି ଗ୍ରାମର ରାସ୍ତା ନିର୍ମାଣ ପାଇଁ ଆଜି ବିଜେପି ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱ ରେ ଗ୍ରାମଗୁଡିକୁ ମୁଖ୍ୟ ରାସ୍ତା ସହିତ ସଂଯୋଗୀକରଣ କରିବା ପାଇଁ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ ଜେନାଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ l

ଶ୍ରୀ ପାଢ଼ୀଙ୍କ ସମେତ ରଘୁନାଥ ଗୌଡ଼, ପ୍ରକାଶ ପ୍ରଧାନ, ସିମାଞ୍ଚଳ ସସମାଲ,କୃଷ୍ଣ ବେହେରା,ରାମହରୀ ଦୋରା, ଗୋବିନ୍ଦ ମଳିକ,ଅନନ୍ତ ମଳିକ, ମଙ୍ଗରାଜ ମଳିକ ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ l
