ଗୋପାଳପୁର ୧୦/୧୨/୨୨ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି କାଉନସିଲ ସମ୍ମିଳନୀ କକ୍ଷ ଠାରେ ଆଜି ରାଜନୀତି ବିଜ୍ଞାନ ଓ ଇତିହାସ ବିଭାଗ ମିଳିତ ଆନୁକୂଲ୍ୟରେ ଅନ୍ତଃଜାତୀୟ ମାନବ ଅଧିକାର ଦିବସ ଉପଲକ୍ଷେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଆଲୋଚନା ଚକ୍ରରେ ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମାନବ ଅଧିକାର ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ l ପ୍ରଫେସର ଚୌଧୁରୀ ବିଭିନ୍ନ ଅଧିକାର ଉପରେ ଯଥା ନାରୀ ଅଧିକାର, ଶିଶୁ ଅଧିକାର, ଶିକ୍ଷା ଅଧିକାର, ସ୍ୱାସ୍ଥ୍ୟ ଅଧିକାର, ସୁସ୍ଥ ପରିବେଶ ଅଧିକାର ଏବଂ ଏସ. ସି ଏବଂ ଏସ. ଟି ଅଧିକାର ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଅମୟ କୁମାର ପରିଚ୍ଛl ଅନ୍ତରରାଷ୍ଟ୍ରୀୟ ଏବଂ ଭାରତୀୟ ରାଷ୍ଟ୍ରୀୟ ସ୍ତରରେ କିଭଳି ଭାବରେ ମାନବ ଅଧିକାରର ଆରମ୍ଭ ଓ ବିକାଶ ଉପରେ ଆଲୋକପାତ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ କୁକୁଡାଖଣ୍ଡି ତସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଯୋଗ ଦେଇ ମାନବ ଅଧିକାର କିଭଳି ଭାବରେ ପାଳନ କରିବା ଏବଂ ଅନ୍ୟକୁ କିଭଳି ଆମେ ସମ୍ଭେଦନ ଶିଳତା ହୋଇପାରିବା ତାହାରି ଉପରେ ଆଲୋକପାତ କରିଥିଲେ l ଆଲୋଚନା ଚକ୍ରରେ ଇତିହାସ ବିଭାଗର ମୁଖ୍ୟ ଡ଼. ସଦାନନ୍ଦ ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ l ରାଜନୀତି ବିଜ୍ଞାନର ସହ ଅଧ୍ୟାପକ ଡ଼. ରାଜେଶ ସେଠ୍ ପ୍ରାରମ୍ଭରେ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିବା ବେଳେ ଅଧ୍ୟାପକ ସଞ୍ଜୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ଡ଼. ଶାରଦା ପ୍ରସନ୍ନ ରାଉତ, ଡ଼. ଶଙ୍କର୍ଷଣ ମଲ୍ଲିକ, ଗବେଷକ, ଗବେଷିକା ଓ ଛାତ୍ର ଛାତ୍ରୀ ଆଲୋଚନାରେ ଭାଗ ନେଇଥିଲେ l
