You are currently viewing ଆଜାଦ ହିନ୍ଦ ବିକାଶ ସଙ୍ଘ ପକ୍ଷରୁ ୧୬ତମ ରକ୍ତଦାନ ଶିବିର ଅନୁଷ୍ଠିତ
ଆଜାଦ ହିନ୍ଦ ବିକାଶ ସଙ୍ଘ ପକ୍ଷରୁ ୧୬ତମ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର ୨୩/୧/୨୩: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଫାଷ୍ଟ ଗେଟ୍ ରଘୁପତି ନଗର ସ୍ଥିତ ରଘୁନାଥ କଲ୍ୟାଣ ମଣ୍ଡପ ବ୍ରହ୍ମପୁର ଠାରେ ଆଜାଦ ହିନ୍ଦ ବିକାଶ ସଙ୍ଘ ପକ୍ଷରୁ ୧୬ତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ
ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ବିଧାୟକ ବ୍ରହ୍ମପୁର ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳାଇ, ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଅଧକ୍ଷ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ରାଜ୍ୟ କାଜୁ ବୋର୍ଡ ଅଧକ୍ଷ ସୁବାଷ ମହାରଣା, ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ,ମହାନଗର ଯୁବ ବିଜେଡି ସଭାପତି ଅଜିତ ପଣ୍ଡା, ଅର୍ବାନ ବ୍ୟାଙ୍କ ସଭାପତି ଆର ମୁରଲୀ ମୋହନ,ସଙ୍ଘ ସଭାପତି ନୀଳାଞ୍ଚଳ ବିଷୋୟୀ ,ବରିଷ୍ଠ ବିଜେଡି ନେତା ଭୀମସେନ ଦଳେଇ ପ୍ରମୁଖ ମଞ୍ଚସିନ ଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୪୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ମହାନଗର ଡିଜିଟାଲ ସମ୍ପାଦକ ମଧୁସୂଦନ ସାହୁ ସମ୍ପାଦକ ରାଜେଶ ପଟ୍ଟନାୟକ, ଉପସଭାପତି ସନ୍ଦୀପ ପାତ୍ର,ସଞ୍ଜୟ କୁମାର ଦାସ, ବାବୁଲା ପ୍ରଧାନ,ବାବୁ ପ୍ରଧାନ, ଶିବରାମ ପରିଡା, ଶୁଭମ ସାହୁ, ସୁମନ ପଟନାୟକ, ଲିପୁଜେନା,ଏମକେସିଜି ମେଡିକାଲ ରକ୍ତଭଣ୍ଡାର କର୍ମଚାରୀ ପ୍ରଦୀପ କୁମାର ସୁବୁଦ୍ଧି, ଓ ସାଥି କର୍ମଚାରୀଙ୍କ ସମେତ ସଙ୍ଘର ବହୁ ସଦସ୍ୟ ଏହି ରକ୍ତଦାନ ଶିବିରରେ ସହଯୋଗ କରି ସଫଳ କରିଥିଲେ ।