ଚକାପାଦ:( ୯/୩) ଶଙ୍କରାଖୋଲ ରେ ଥିବା କଲ୍ୟାଣ ମଣ୍ଡପ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ! ଏହା କୁ ପଞ୍ଚାୟତ ସ୍ତରୀୟ ମହାସଙ୍ଗ ର ଏମ ବି କେ ସତବନ୍ତି ଦିଗାଲ ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଜାନକୀ ପ୍ରଧାନ, ସନମାନିତ ଅତିଥି କୁଇସମାଜ ସଭାପତି ଅଜୀବନ ମଲ୍ଲିକ, ସାମ୍ବାଦିକ ବାଳକୃଷ୍ଣ କହ୍ନର, ସିଆରପି ରୀନାରାଣୀ ବାରିକ, ନୟନା ମାଝୀ, ସୁଦେଷ୍ଟନା କହ୍ନର ଯୋଗଦେଇଥିଲେ ! ଏହି କାର୍ଯ୍ୟକ୍ରମ ରେ ମହିଳା ମାନଙ୍କ ର ହେଉଥିବା ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ଓ ଧର୍ଷଣ ତାହା କିଭଳି ଭାବରେ ରୋକାଯାଇପାରିବ ଏବଂ ସମାଜ ରେ ନାରୀ ର କିଭଳି ସଂମାନ ରହିବ ତାହାରି ଉପରେ ଆଲୋଚନା ହୋଇଥିଲା ! ଶେଷରେ ମହିଳା ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ କରଯାଇ ପୁରସ୍କାର ଦିଆଯାଇଥିଲା !କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହ୍ନର ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ!
