(କୋଦଳା ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।)
ଗଞ୍ଜାମ ଜିଲ୍ଲା କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ଦିନକୁ ଦିନ ଟାଟା ପାୱାରର ଶୋଷଣ ନୀତି ବଢିବାରେ ଲାଗିଛି। ଯାହାକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ଧରି ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ଅହେତୁକ ବିଦ୍ୟୁତ କାଟ, ବିପଦ ଶଙ୍କୁଳ ତାର ଓ ଖୁଣ୍ଟ ଆଦି ମରାମତି ହେଉ ନ ଥିବାରୁ ଗ୍ରାହକଙ୍କ ଅସନ୍ତୋଷ ବଢୁଛି । ବକେୟା ଆଦାୟ ନା ରେ ଏବେ ଗ୍ରାହକ ମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି ନଚେତ ବିଜୁଳି କାଟି ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ଉପଭୋକ୍ତାଙ୍କୁ ବିଲ ଆଳରେ ମାତ୍ରାଧିକ ଶୋଷଣ ହେଉଥିବା କହୁଛନ୍ତି ଉପଭୋକ୍ତା।
ଟାଟା ପାଓ୍ବାର ନେବା ପରଠୁ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ବିଜୁଳିକୁ ନେଇ ଅକଥନୀୟ ଦୁର୍ଦ୍ଦଶା ଓ ଶୋଷଣରେ ଉପଭୋକ୍ତା ତ୍ରାହି ତ୍ରାହି ଡାକ ଛାଡିଲେଣି । ପୂର୍ବରୁ ଘୋଷଣା ନ କରି ପ୍ରତିଦିନ କୋଦଳା ଅଞ୍ଚଳରେ ୫ ରୁ ୬ ଘଣ୍ଟା ବିଜୁଳି କଟାଯାଉଛି। ଅଘୋଷିତ ବିଦ୍ୟୁତ କାଟ୍ ନେଇ ବିଭାଗୀୟ ଅଧିକାରୀଙ୍କୁ କଲ୍ କଲେ ଖଲ୍ଲିକୋଟରୁ ଲାଇନ୍ ନାହିଁ ଏବଂ ଖୁଣ୍ଟ ଓ ତାର ପରିବର୍ତ୍ତନ କିମ୍ବା ମରାମତି ହେଉଛି କହି ସଫେଇ ଦେଉଛନ୍ତି। ମରାମତି ନାଁରେ ପ୍ରାୟ ପ୍ରତିଦିନ ଘଣ୍ଟା ଘଣ୍ଟା ବିଜୁଳିକାଟ ହେବା ଫଳରେ ବିଜୁଳି ଅଭ୍ୟସ୍ତ ସମସ୍ତ ସେବା ମଧ୍ୟ ପ୍ରତିହତ ହେବାରେ ଲାଗିଛି । ଏଭଳି ଅବ୍ଯବସ୍ଥାକୁ ନେଇ କୋଦଳା ୟୁଥ୍ ଫୋରମ୍ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ସମାଧାନ ପାଇଁ ନିବେଦନ କରାଯିବ ବୋଲି କୁହାଯାଇଛି। ଏବେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ନିକଟତର ହେଉଥିବାରୁ ବିଜୁଳି କାଟକୁ ନେଇ ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ସ୍ଥାୟୀ ସମାଧାନ କରା ଯିବାକୁ ଦାବି ହୋଇଛି।
