You are currently viewing ଶେରଗଡ଼ ବ୍ଲକରେ ମିଶନ ଶକ୍ତି ଆନୁକୂଲ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ମେଳାଅନୁଷ୍ଠିତ
ଶେରଗଡ଼ ବ୍ଲକରେ ମିଶନ ଶକ୍ତି ଆନୁକୂଲ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ମେଳାଅନୁଷ୍ଠିତ

ଶେରଗଡ଼ ୨୯/୧୧/୨୨ :- ଆମ ରାଜ୍ୟର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟନେଇ ଗଢିଉଠିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ l ଆଜି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ମହିଳା ମାନଙ୍କ ପାଇଁ ଆୟୋଜନ ହେଇଯାଇଛି ଏକ ବିଶାଳ ମିଶନ ଶକ୍ତି ବ୍ଲକ୍ ସ୍ତରୀୟ ଋଣ ମେଳା । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ସ୍ଥାନୀୟ ବ୍ଲକ ସାମ୍ନାରେ ମିଶନ ଶକ୍ତି ଆନୁକୁଲ୍ୟରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ରୁଣ ମେଳାରେ ୬୪୪ ରୁ ଉର୍ଦ୍ଧ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ । ଏହି ମେଳାରେ ଏସଏଚଜି ଗ୍ରୁପର ମହିଳାଙ୍କୁ ସମୁଦାୟ ୧୩ କୋଟି ୯୫ ଲକ୍ଷ ୪୯ ହଜାର ୦୦୦ ଟଙ୍କାର ଋଣ ପ୍ରଦାନ କରଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସର୍ବାଧିକ ସଂଖ୍ୟକ ଋଣ ପ୍ରଦାନ ପାଇଁ ସ୍ଥାନୀୟ ବ୍ୟାଙ୍କମାନେ ଆଗ୍ରହ ପ୍ରକାଶିତ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ତହସିଲଦାର ଡ଼ଃ ଦୟାନିଧି ପରିଡା, ବିଡ଼ିଓ ଡ଼ଃ ଶିବାଶିଷ ବରାଳ, ଆସ୍କା ଏସଡିପିଓ ଉମାଶଙ୍କର ସିଂ, ଥାନା ଅଧିକାରୀ ମନୋଜ ପ୍ରଧାନ ଯୋଗଦେଇଥିଲେ l ମଞ୍ଚାସିନ ଅତିଥିଭାବେ ଶେରଗଡ଼ ବ୍ଲକ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ବ୍ଲକ୍ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ପାଣିଗ୍ରାହୀ, ସମେତ ସମସ୍ତ ଜିଲ୍ଲାପରିଷଦ, ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା, ଅଞ୍ଚଳର ବୁଦ୍ଧିଜିବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର ସମସ୍ତ ସଦସ୍ୟା, ସମସ୍ତ ଏମବିକେ, ବ୍ଯାଙ୍କମିତ୍ର, ପ୍ରାଣୀମିତ୍ର, ସିଆରପି, ବ୍ୟାଙ୍କଶାଖା ପ୍ରବନ୍ଧକ, ଅନ୍ୟାନ୍ୟ ବ୍ଲକ୍ କମ୍ୟୁନିଟି ସଦସ୍ୟ ଓ ପଞ୍ଚାୟତ ସ୍ତରୀୟ ସ୍ୱେତ୍ସାସେବୀ ମାନେ ଉପସ୍ଥିତ ରହି ଆଜିର ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।


ଗଞ୍ଜାମ ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ