କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ଠାରେ ବିଶ୍ୱ ରେଡ କ୍ରସ ଦିବସ ଅବସରରେ ରେ ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ତଥା ଜୀବନଧାରା ପରିବାର ଉପଦେଷ୍ଟା ପ୍ରସନ୍ନ କୁମାର ନାୟକ ଉଦଘାଟନ କରିଥିଲେ l ଏହି ଶିବିର ରେ କାଳିମେଘି ଗ୍ରାମବାସୀ, ଜୀବନଧାରା ସଭାପତି ଏମ ଗୋପବନ୍ଧୁ ଆଚାରୀ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ l ଦୀର୍ଘ ବର୍ଷ ଧରି ଏହି ଗ୍ରାମ ରେ ପ୍ରତି ବର୍ଷ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥାଏ l ଏହା ହେଉଛି14 ତମ ରକ୍ତଦାନ ଶିବିର lକୋରାନ ମହାମାରୀ ସମୟରେ ରକ୍ତଦାନ ଶିବିର ଅନୁଷ୍ଠିତ କରି ସାରା ଗଞ୍ଜାମ ଜିଲ୍ଲା ରେ ପ୍ରଂଶସା ସାଉଁଟିଛି l ଗଞ୍ଜାମ ଜିଲ୍ଲା ର ରକ୍ତଦାନ କ୍ଷେତ୍ର ରେ ସଚେତନତା ଗ୍ରାମ ଭାବେ ପାରିଚିତ ହାସଲ କରିଛି l ଏଥି ପାଇଁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ସୁଅ ଛୁଟି ବାରେ ଲାଗିଛି l
