You are currently viewing ପୁରୁଷୋତ୍ତମପୁର ସହର ରେ ଥିବା ପୁରୁସୋତମ ପୁର ସେବା ସମବାୟ ସମିତି ରେ ବେଙ୍କ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ |
ପୁରୁଷୋତ୍ତମପୁର ସହର ରେ ଥିବା ପୁରୁସୋତମ ପୁର ସେବା ସମବାୟ ସମିତି ରେ ବେଙ୍କ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ |

ପୁରୁଷୋତ୍ତମପୁ ଏନଏସି ରେ ଥିବା ପୁରୁଷୋତ୍ତମପୁର ସମବାୟ ସମିତି ବ୍ୟାଙ୍କ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଆଜି ଅପରାହ୍ନ ରେରଥ ସାହିସ୍ଥିତ ଜଗନ୍ନାଥ ମନ୍ଦିର ରେ ଥିବା କଲ୍ୟାଣୀ ମଣ୍ଡପରେ ସଭାପତି ବିଘ୍ନ ରାଜ ପାଢ଼ୀଙ୍କର ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ସମବାୟ ସମିତି ଗଞ୍ଜାମ ଜିଲ୍ଳାର ସିଇଓ ରାଜେନ୍ଦ୍ର କୁମାର ଜେନା, ଅନ୍ୟତମ ଛତ୍ର ପୁର ର ସି ଇ ଓ ଜି କ୍ରିଷ୍ନା ରାଓ, ପୁରୁଷୋତ୍ତମପୁର ବିସିସି ବେଙ୍କ ମେନେଜର କୃଷ୍ଣ ଚନ୍ଦ୍ର ନାୟକ, ସମସ୍ତ 12 ଜଣ ଡାଇରେକ୍ଟର, ଉପସଭାପତି ଶସ୍ମିତା ଦାଶ,, ମଞ୍ଚାସିନ ଥିଲେ | ଏହାସହ ବହୁ ଚାଷୀ ନେତା, ଚାଷୀ , ପୂର୍ବତନ ବେଙ୍କ ମେନେଜର shg ଗ୍ରୁପ ଓ ସମବାୟ ବେଙ୍କ ର ଗ୍ରାହକ ଉପସ୍ଥିତ ଥିଲେ |

ବେଙ୍କ ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ ଓ ଭାଗଚାଷୀ କିପରି ଏହି ଯୋଜନାର ଲାଭ ଉଠାଇ ପାରିବ ସେ ଦିଗରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଯେଉଁମାନେ ସମ୍ପୂର୍ଣ ଭାବେ ଭୂମି ହୀନ, ସେମାନଙ୍କୁ ମଧ୍ୟ ବଳରାମ ଯୋଜନା ରେ ରୁଣ ଦେବାସହ ସବୁ ସୁବିଧା ପାଇ ପାରିବେ ବୋଲି ସି ଇ ଓ ଜି କ୍ରିଷ୍ନା କହିଲା ପରେ ଅଧକ୍ଷା ଚାଷୀ ମାନଙ୍କୁ ଅବହେଳା କରାଯାଉଥିବାର କହିଥିଲେ | ରାଜ୍ୟ ସରକାର ଙ୍କ ସମବାୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ମେନେଜର କୃଷ୍ଣ ଚନ୍ଦ୍ର ନାୟକ, ସଭାପତି ଓ ଜିଲ୍ଲା ସି ଇ ଓ ବେହେରା ବିସ୍ତୃତ ଭାବେ ବୁଝାଇ ଥିଲେ | ତେବେ ଚାଷୀ ମାନେ ରୁଣ ପରିଶୋଧ ପରେ ତାଙ୍କୁ କାହିଁକି ରିହାତି ମିଳୁନି ବୋଲି, ସୁଶାନ୍ତ ବେହେରା ଅଶୋକ ଦାଶ, ଲକ୍ଷ୍ମୀ ଚରଣ ପାଣିଗ୍ରହୀ, କିଶୋର କୁମାର ଶାସମାଲ, ସୁବାଷ ଚନ୍ଦ୍ର ପାଢ଼ୀ ପ୍ରମୁଖ ଅଭିଯୋଗ କଲା ପରେ ଜି କ୍ରିଷ୍ଣା ଏହା ଉପରେ ଉପରିସ୍ଥ ଅଫିସର ଙ୍କୁ ବୁଝି ସମାଧାନ କରିବି ବୋଲି ପ୍ରତିଶୃତି ଦେଇଥିଲେ | ସମ୍ପାଦକ ଜି ଲିଙ୍ଗରାଜ ଆଚାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ