You are currently viewing ପୁରୀରେ ଗ୍ଯାସ ପାଇଁ ଗ୍ରାହକ ହନ୍ତସନ୍ତ
ପୁରୀରେ ଗ୍ଯାସ ପାଇଁ ଗ୍ରାହକ ହନ୍ତସନ୍ତ

ପୁରୀ,୧୬/୩- ବିଶ୍ବର ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଯୁଦ୍ଧର ବିଭୀଷିକା ଚାଲିଥିବା ବେଳେ ଭାରତରେ ତୈଳ ସଙ୍କଟ ଦେଖାଦେଇଛି । ପୁରୀରେ ମଧ୍ଯ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବ୍ଯବସାୟୀକ ଗ୍ଯାସ ନମିଳିବାରୁ ଅନେକ ହୋଟେଲରେ ଖାଦ୍ଯ ରନ୍ଧନ ବନ୍ଦ ରହିଛି । ଯାହାଫଳରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସାଧୁ କଳାବଜାରୀ ଗ୍ଯାସ ରଖିଥିବା ବେଳେ ପୋଲିସ ସେମାନଙ୍କ ପାଖରେ ଚଢ଼ାଉ କରି ଗ୍ଯାସ ଜବତ କରିଥିଲା । ଘରୋଇ ଏଲପିଜି ଗ୍ଯାସ ଗ୍ରାହକ ମାନେ ବୁକିଂ କରି ଡିପୋକୁ ଗ୍ଯାସ ସିଲିଣ୍ଡର ନେଇ ବାରମ୍ବାର ଫେରୁଥିବା ଦେଖିବାକୁ ମିଳିଛି । ସହରରେ କୋଠା ଘର ହେଉଥିବାରୁ କାଠ ଜାଳି ରୋଷେଇ କରିବା ସମ୍ଭବ ହେଉନାହିଁ । ଗ୍ଯାସ ମିଳୁନଥିବା ବେଳେ ଇଲେକ୍ଟ୍ରି ଇଣ୍ଡକସନ ଚୁଲା ମଧ୍ଯ ଦୋକାନିଙ୍କ ପାଖରେ ଉଭାନ ହୋଇଯାଇଛି । ଯାହାଫଳରେ ଘରୋଇ ପରିବାର ଗ୍ଯାସ ନପାଇବା ଯୋଗୁ ହନ୍ତସନ୍ତ ହେଉଛନ୍ତି । ଗ୍ଯାସ ବୁକିଂ କଲେ ମଧ୍ଯ ମେସେଜ ଆସୁନାହିଁ । ପୁରୀ ସହରବାସୀ ଗ୍ଯାସ ଗ୍ରାହକ ମାନଙ୍କୁ ଯୋଗାଣ ବିଭାଗ ଜରିଆରେ ନିରବଛିନ୍ନ ଗ୍ଯାସ ଦେବା ପାଇଁ ସାଧାରଣରେ ଦାବି ହେଉଛି । ଏବେ ବି କିଛି ଗ୍ଯାସ କଳାବଜାରୀ ମାନେ ଗ୍ଯାସ କେଜି ପିଛା ୨ଶହ ଟଙ୍କାରେ ୧୦ କେଜି ଗ୍ଯାସ ଭର୍ତ୍ତି କରି ଗ୍ରାହକଙ୍କୁ ଲୁଚାଛପାରେ ଦେଉଥିବା ଅଭିଯୋଗ ହେଉଛି । ଗ୍ଯାସ ଡିପୋ ମାନଙ୍କରେ ଗହଳି କୁ ଲକ୍ଷ କରି କର୍ମଚାରୀ ମାନେ ରହୁନଥିବାବେଳେ କେବଳ ସିକ୍ଯୁରିଟ ଡିପୋ ଜଗିଥିବା ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ଯ ଯୋଗାଣ ଅଧିକାରୀ ବିଭିନ୍ନ ଡିପୋ ପରିଦର୍ଶନ କରି କେଉଁ ଡିପୋରେ କେତେ ଗ୍ଯାସ ରହିଛି ତାହାକୁ ଜନସାଧାରଣଙ୍କୁ ପ୍ରେସ ବିଜ୍ଞପ୍ତିରେ ଜଣାଇବା ପାଇଁ ଦାବି ହେଉଛି ।