You are currently viewing କେନ୍ଦ୍ରୀୟ ଯୋଜନା ବାଟମାରଣା ଓ ବିଭିନ୍ନ ସମସ୍ଯାକୁ ନେଇ ବୁରୁଝୁରୀ ପଞ୍ଚାୟତରେ ବିଜେପିର ବିକ୍ଷୋଭ।
କେନ୍ଦ୍ରୀୟ ଯୋଜନା ବାଟମାରଣା ଓ ବିଭିନ୍ନ ସମସ୍ଯାକୁ ନେଇ ବୁରୁଝୁରୀ ପଞ୍ଚାୟତରେ ବିଜେପିର ବିକ୍ଷୋଭ।

କୋଦଳା
କେନ୍ଦ୍ରୀୟ ଯୋଜନା ବାଟମାରଣା ଏବଂ ପଞ୍ଚାୟତରେ ଲାଗି ରହିଥିବା ବିଭିନ୍ନ ସମସ୍ଯାର ସମାଧାନ ଦାବି ନେଇ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବୁରୁଝୁରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଛି ଭାରତୀୟ ଜନତା ପାର୍ଟି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୃଷକ ମୋର୍ଚ୍ଚା। ରାଜ୍ୟ ବିଜେପି ପରିଷଦ ସଦସ୍ୟ ପ୍ରତାପ ନାୟକଙ୍କ ନେତୃତ୍ବରେ ବିଜେପି କାର୍ଯ୍ୟକର୍ତ୍ତା, ଦଳୀୟ ପଦାଧିକାରୀ ଓ ସାଧାରଣ ଜନତା ଏହି ଘେରାଉରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।


ପଞ୍ଚାୟତରେ ତୁରନ୍ତ ଧାନମଣ୍ଡି ଖୋଲାଯିବା ସହ ଏହାର ପରିଚାଳନା ସାଂଗକୁ ଉପଯୁକ୍ତ ମୂଲ୍ୟରେ ଧାନ କ୍ରୟ କରିବାକୁ ଦାବି କରାଯାଇଛି। ପାନୀୟ ଜଳର ସମସ୍ଯାକୁ ସମାଧାନ କରିବା ପାଇଁ ପ୍ରତି ଘରେ ଘରେ ଜଳ ଯୋଗାଣ, ରାସନ କାର୍ଡର ଅନିୟମିତତା, ସଠିକ୍ ହିତାଧିକାରୀଙ୍କୁ ବାର୍ଧକ୍ୟ ଭତ୍ତା ପ୍ରଦାନ, କିଶାନ ସମ୍ମାନ ନିଧି ଯୋଜନାରେ ଏହି ପଞ୍ଚାୟତର ଚାଷୀମାନଙ୍କ ନାମ ପଞ୍ଜୀକରଣ, କେନାଲକୁ ସଂପ୍ରସାରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ଯ ହିତାଧିକାରୀ ଚୟନ, ବୁରୁଝୁରୀ ପଞ୍ଚାୟତର କୌଣସି ପୋଖରୀକୁ ଆଦର୍ଶ ପୋଖରୀରେ ସାମିଲ କରିବା, ଡ୍ରେନ ପୁନରୁଦ୍ଧାର ସହ ନୂତନ ଡ୍ରେନ ନିର୍ମାଣ, ପି ନୂଆଁ ଗାଁ ଠାରୁ ହରିଜନ ସାହି ରାସ୍ତାର ମରାମତି, ଉଠା ଜଳସେଚନ ପ୍ରଦାନ ଓ ପଞ୍ଚାୟତରେ ଏକ କଲ୍ଯାଣ ମଣ୍ଡପ ଦାବି ଭଳି ୧୨ ଦଫା ଦାବି ନେଇ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ପଞ୍ଚାୟତ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏନେଇ ଏକ ଦାବି ପତ୍ର ପଞ୍ଚାୟତ ପିଇଓଙ୍କୁ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ବେଗୁନିଆପଡ଼ା ବ୍ଳକ ଓ କବିସୂର୍ଯ୍ୟନଗର ବ୍ଲକର ପ୍ରତି ପଞ୍ଚାୟତରେ ଏଭଳି ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ଶ୍ରୀ ନାୟକ କହିଛନ୍ତି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।