ବ୍ରହ୍ମପୁର , ୨୩/୦୯ -:- ଚା” ପିଇବା ଅନେକଙ୍କ ଅଭ୍ୟାସ ଥାଏ । ବିଶେଷକରି ଶୀତଦିନେ ଗରମ ଚା’ ପିଇବାର ମଜା ଥାଏ ଅଲଗା। ଗରମ କିନ୍ତୁ ଏହା ସାସ୍ଥ୍ୟ ପାଇଁ କେତେ ହାନିକାରକ ହୁଏତ ଆପଣଙ୍କ କଳ୍ପନା ବାହାରେ ଥିବ। ଏକ ଗବେଷଣାରୁ ଜଣାପଡ଼ିଛି ଗରମ ଗରମ ଚା’, କଫି କିମ୍ବା ସୁପ୍ ପିଇବା ଦ୍ଵାରା ଗଳା କ୍ୟାନସର୍ ହେବାର ସମ୍ଭାବନା ଅଧିକ ଥାଏ ।ବ୍ରିଟିଶ୍ ମେଡିକାଲ୍ ଜର୍ଣାଲ୍ରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଗବେଷଣା ଅନୁସାରେ, ଗରମ ଗରମ ଚା’ କିମ୍ବା କଫି ପିଇବା ଦ୍ୱାରା ଭୋଜନ ନଳୀ ସମେତ ଗଳାରେ କ୍ୟାନସର୍ ଆଶଙ୍କା ଆଠ ଗୁଣା ବୃଦ୍ଧି ପାଇଥାଏ । ଏହା ପଛର କାରଣ ହେଉଛି, ଗରମ ଚା’ ଗଳା ମଧ୍ୟ ଦେଇ ଯିବାବେଳେ ଏଥିରେ ଥିବା କୋଷିକାକୁ ହାନି ପହଞ୍ଚୁଥାଏ । ଚା’କୁ ଆଞ୍ଚରୁ କାଢ଼ିବାର ୨ ମିନିଟ୍ ଭିତରେ ପିଇବା ଦ୍ବାରା କ୍ୟାନସର୍ ଭୟ ସେହି ଲୋକଙ୍କ ମଧ୍ୟରେ ୫ ଗୁଣା ଅଧିକ ବୃଦ୍ଧିପାଏ, ଯେଉଁମାନେ ୪-୫ ମିନିଟ୍ ପରେ ପିଇଥାନ୍ତି । ପ୍ରାୟ ୫୦ ହଜାର ଲୋକଙ୍କୁ ନେଇ କରାଯାଇଥିବା ଏହି. ଗବେଷଣାରେ ଗରମ ଚା’ ଏବଂ କଫି ପିଇବାର କୁପ୍ରଭାବ ସମ୍ପର୍କରେ ଜଣାପଡ଼ିଥିଲା । କେବଳ ସେତିକି ନୁହେଁ, ଗରମ ଚା’ ପିଇବା ଦ୍ବାରା ଅଲସର୍, ଏସିଡିଟି ଏବଂ ପେଟ ସହ ସମ୍ବନ୍ଧିତ ବିଭିନ୍ନ ପ୍ରକାର ପ୍ରାଣଘାତକ ରୋଗ ହେବାର ସମ୍ଭାବନା ମଧ୍ୟ ରହିଛି । ଯଥାସମ୍ଭବ ଚା’ ଆଞ୍ଚରୁ କାଢ଼ିବାର ୫ ମିନିଟ୍ ପରେ ପିଇବାକୁ ଅଭ୍ୟାସ କରନ୍ତୁ ।

