ପୁରୁଷୋତ୍ତମପୁର , ୦୫/୦୨ – ( ପ୍ରସନ୍ନ କୁମାର ଦାସ ) -:- ପୁରୁଷୋତ୍ତମପୁର ବ୍ଲକ ଆନ୍ତରିକ ବଡ଼ ଖରିଡ଼ା ଗ୍ରାମରେ ସୋସାଇଟି ଧାନ ନେଉ ନଥିବା ପ୍ରତିବାଦ ରେ ସୋସାଇଟି ସମ୍ପାଦକ ଙ୍କୁ ଘେରାଉ କଲେ ଚାଷୀମାନେ | ଆଜି ଦିନ ୧୧ଘଣ୍ଟ ସମୟ ରେ ବଡ଼ ଖରିଡ଼ା ଗ୍ରାମର ଚାଷୀ ମାନେ ସମ୍ପାଦକ ଙ୍କୁ ଘେରାଉ କରି ଯୋଗାଣ ଅଧିକାରୀ, ଙ୍କୁ ଏହି ବିଷୟରେ ମଧ୍ୟ ଅବଗତ କରାଇଥିଲେ | ସମ୍ପାଦକ ଙ୍କ କହିବା କଥା ଆମର ୬୧୫ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ହୋଇଥିଲା ବେଳେସେମାନଙ୍କ ପୁରା ଟୋକେନ ଆସିନି ଯାହା ଫଳରେ କି ଚାଷୀମାନେ ଙ୍କ ଯେଉଁ ଟୋକେନ ଗୁଡ଼ିକ ର ସମୟ ସରିଯିବ, ତେଣୁ ସେମାନଙ୍କୁ କିଛି ଟୋକେନ ଦିଆ ଯାଇଛି | ଅନ୍ୟ ମାନଙ୍କ ଟୋକେନ ଆସିଲେ ଧାନ ନିଆ ଯିବ |ଏହାଉପରେ ମୁଁ ସମସ୍ତଙ୍କୁ ଜଣାଇଛି | ଏପଟେ ଚାଷୀ ନେତା ଗୋପାଳ ବାରିଜ,ବନ୍ତିଲ ବେହେରା, ସିଦ୍ଧାନ୍ତ କୁମାର ପାତ୍ର, ଓ ଅନ୍ୟାନ୍ୟ ମହିଳା ଚାଷୀ ଓ ଚାଷୀ ମାନେ ମଧ୍ୟ କାଳେଶ୍ଵର ସୋସାଇଟି କୁ ବାରମ୍ବାର ଆସି ଗୁହାରି କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଈ ଆମେ ସୋସାଇଟି ସମ୍ପାଦକ ଙ୍କୁ ଅଟକ ରଖିଛୁ । ଯଦି ୭ ଦିନ ମଧ୍ୟରେ ଧାନ ନଉଠା ଯାଏ ତେବେ ରାସ୍ତା ରୋକ କରିବା ସହିତ ସମ୍ପାଦକ ଙ୍କୁ ମଧ୍ୟ ସୋସାଇଟି ଘର ମଧ୍ୟରେ ରଖି ଚାବି ପକାଇ ଦେବୁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି | ଏପଟେ ସୋସାଇଟି ସମ୍ପାଦକ ମୋର ଜୀବନ ପ୍ରତି ଭୟ ଅଛି ବୋଲି ମଧ୍ୟ କହିଛନ୍ତି । ତେବେ କେବେ ଏହି ଚାଷୀଙ୍କ ଧାନ ନିଆଯିବ ଓ ସେମାନେ ଧାର କରଜ ସୁଝିବେ ତାହାହିଁ ପ୍ରଶ୍ନ ବାଚୀ ସୃଷ୍ଟି କରିଛି |

