ଖଲ୍ଲିକୋଟ : 3/11 ଆଗକୁ ବାତ୍ୟା ଅବପାତ ର ରୂପ ନେଇ ପ୍ରବଳ ବର୍ଷା ସମ୍ଭାବନା ଦୃଢ଼ଭୂତ ହେବା ନେଇ ପାଣିପାଗ ଆଗୁଆ ସୂଚନା ପାଇ ଅମଳ ଧାନ ଓ ଖେତ ରେ ଲହଡ଼ି ମାରୁଥିବା ଫସଲ ର ଧାନ ଚାଷୀ ମାନେ ଚିନ୍ତା ରେ ଥିବା ଦେଖିବାକୁ ମିଳିଛି | ଅନିୟମିତା ବର୍ଷା ଓ ବର୍ଷା ଅଭାବ ଜନିତ ସମସ୍ୟା ରେ ଧାନ ଫସଲ ମରୁଡି ର ଶିକାର ହୋଇଥିବା ବେଳେ ସମ୍ଭାବ୍ୟ ବର୍ଷା ନେଇ ପୁଣି ଏକ ବର୍ଷ ର ଫସଲ ନଷ୍ଟ ହେବାକୁ ଆଶଙ୍କା ଉପୁଜିଲାଣି | ଧାନ ଖେତ କୁ ବାଚାଇବା ପାଇ ମଟର ରେ ପାଣି ପକାଇ ଖର୍ଚ୍ଚାନ୍ତ ହୋଇ ଧାନ କ୍ଷେତ କୁ ରକ୍ଷା କରିଥିବା ବେଳେ ବର୍ଷା ଫସଲ ଦାଉ ସାଧିବାକୁ ବସିଛି | ଚଳିତ ଖରିଫ ରେ ଖଲ୍ଲିକୋଟ ବ୍ଲକ ରେ ମୋଟ 8 ହଜାର ହେକ୍ଟର ଧାନ ଫସଲ ହୋଇଥିଲା | ବ୍ଲକ ର ପ୍ରାୟ 6 ହଜାର ଚାଷୀ ବ୍ୟାଙ୍କ ରୁ କରଜ କରି ଧାନ ଫସଲ କରିଥିଲେ |ଗତ 2021 -22 ଖରିଫ ରେ ଜବାଦ ପ୍ରଭାବ ରେ ଖଲ୍ଲିକୋଟ ବ୍ଲକ ରେ ଗଞ୍ଜାମ ଜିଲ୍ଲା ର ସର୍ବାଧିକ ବର୍ଷା ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଥିଲା | ଏଯାବତ ବହୁ ଚାଷୀ ସେମାନଙ୍କ କ୍ଷତିପୂରଣ ପାଇ ନାହାନ୍ତି | ଈତି ମଧ୍ୟରେ ପାଣି ପାଗ ସୂଚନା ରେ ଗଞ୍ଜାମ କୁ ୟେଲୋ ଅରେଞ୍ଜ ଜରି କରିବା ନେଇ ଚାଷୀ ର ଛାତି ଧଡ଼ ଧଡ଼ ହେଲାଣି | ବର୍ତମାନ ଖଲ୍ଲିକୋଟ ବ୍ଲକ ର 50 ଭାଗ ଚାଷ ଜମି ରେ ଧାନ କାଟ ହୋଇ ପାରିନି | ସେହିପରି ଅତ୍ୟଧିକ ବର୍ଷା ପାଇଁ ଚାଷୀ ମାନେ ଧାନ ବିଲ ରୁ ପାଣି କାଟିବା ଆରମ୍ଭ କଲେଣି |ବର୍ଷା ଓ ପବନ ହେଲେ ଧାନ ଫସଲ କ୍ଷତି ଘଟିବା ସାଙ୍ଗକୁ କୋବି ଟମାଟୋ, ଶାଗ, ବାଇଗଣ ପଭୃତି ପନିପରିବା ଫସଲ ନଷ୍ଟ ହେବାର ସମ୍ଭାବନା ଦେଖାଦେଲାଣି |

ତେଣୁ ଚାଷୀ ମନେ କଟା ଯାଇଥିବା ଧାନ କୁ ସାଇଟିବା ପାଇଁ ଉଦ୍ୟମ ଚଳାଇଛନ୍ତି |ଚାଷୀ ମାନଙ୍କୁ ପରାମର୍ଶ ଦେବା ପାଇଁ ଏଯାବତ କୃଷି ବିଭାଗ ର କୌଣସି କର୍ମକର୍ତା ଚାଷୀ ଙ୍କ ପାଖରେ ପହଂଚି ନାହାନ୍ତି | ( ରିପୋର୍ଟ ;ମାଧବ ବେହେରା, ଖଲ୍ଲିକୋଟ )
