କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର): ଅଙ୍କୁଶପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ସେବା ସଂଘ ଅଙ୍କୁଶପୁର ତରଫରୁ ସ୍ଥାନୀୟ ନୋଡାଲ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଘାଟନ ଭାବେ ଉପେନ୍ଦ୍ର ନାଥ କର ଯୋଗଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ K. କୃଷ୍ଣମୂର୍ତ୍ତି ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ପଣ୍ଡା, ବିଶିଷ୍ଟ ତଥା ସାମ୍ବାଦିକ ନାରାୟଣ ମାହାଙ୍କୁଡ଼, ସମାଜସେବୀ ନରସିଂହ ସାହୁ, ରାମେଶ୍ୱରୀ ନନ୍ଦ ଉପସ୍ଥିତ ଥିବା ବେଳେ ସଂଘ ସଭାପତି ଶ୍ରୀ ଅନିଲ କୁମାର ଚୌଧୁରୀ ପୌରହିତତ୍ଵ କରିଥିବା ବେଳେ ଅନୁଷ୍ଠାନ ସମ୍ପାଦକ ଡ଼ଃ. ସନ୍ୟାସୀ ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ସଙ୍ଘ କମିଟି ସଦସ୍ୟ ମିଟୁ ସାହୁ, ସୋନୁ ସାହୁ, ଅଙ୍କିତ ମହାରଣା ଓ ଅନ୍ୟାନ୍ୟ କମିଟି ସଦସ୍ୟ ସହଯୋଗ କରିଥିଲେ। ତେବେ ଆଗନ୍ତୁକ ଅତିଥି ସ୍ୱାମୀଜୀଙ୍କର ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ପିଲାମାନଙ୍କୁ ସ୍ୱାମୀଜୀଙ୍କ ଜୀବନରୁ ଅନୁପ୍ରାଣିତ ହୋଇ ଜୀବନରେ ଆଗକୁ ବଢି ଏକ ସଂସ୍କାର ମୂଳକ ଚରିତ୍ର ଗଠନ ପାଇଁ ନିଜର ଅଭିମତ ରଖିଥିଲେ।
