You are currently viewing ଖଲ୍ଲିକୋଟ : ମା କନ୍ୟାକା ପରମେଶ୍ୱରୀ ଙ୍କ ପବିତ୍ର ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର |
ଖଲ୍ଲିକୋଟ : ମା କନ୍ୟାକା ପରମେଶ୍ୱରୀ ଙ୍କ ପବିତ୍ର ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର |

ଖଲ୍ଲିକୋଟ :4/5 ମା କନ୍ୟାକା ପରମେଶ୍ୱରୀ ଙ୍କ ପବିତ୍ର ଜନ୍ମ ଜୟନ୍ତୀ ଉପଲକ୍ଷେ ଖଲ୍ଲିକୋଟ ବୈଶ୍ୟ ଭବନ ପରିସର ରେ କଳିଙ୍ଗ ବୈଶ୍ୟ ଯୁବକ ସେବା ସଂଘ ସୌଜନ୍ୟ ରେ ଏକ ରକ୍ର ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି | କଳିଙ୍ଗ ବୈଶ୍ୟ ମହାସଂଘ ଖଲ୍ଲିକୋଟ ଶାଖା ସଭାପତି ପି ଅଶୋକ କୁମାର ପୃଷ୍ଟି ଙ୍କ ତତ୍ୱାବଧାନ ରେ ଆୟୋଜିତ ରକ୍ତ ଦାନ ଶିବିର ରେ ବହୁ ଉଚ୍ଚହୀ ଯୁବକ ଓ ଛାତ୍ର ମହିଳା ପ୍ରମୁଖ ରକ୍ତ ଦାନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ

Oplus_131072

| ଉକ୍ତ ଶିବିର ରେ ବୈଶ୍ୟ ଯୁବକ ସେବା ସଂଘ ର ସହ ସମ୍ପାଦକ ଦେବାଶିଷ ପାତ୍ର, ଆଞ୍ଚଳିକ ମହିଳା ସଂଘ ସହ ସମ୍ପାଦକ ଶ୍ରୀମତୀ ରତ୍ନମାଳା ପାତ୍ର ଆଞ୍ଚଳିକ ମହିଳା ସଂଘ ସଭାପତି ଗୀତାଞ୍ଜଳି ପାତ୍ର ଓ ଯୁବକ ସଂଘ ଅଞ୍ଚଳ ସଭାପତି ବି ଶଙ୍କର ସୁବୁଦ୍ଧି ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉଚ୍ଚାହିତ କରିଥିଲେ |.

Oplus_131072

ପ୍ରବଳ ଗୁଳି ଗୁଳି ସତ୍ୱେ ଉକ୍ତ ରକ୍ତ ଦାନ ଶିବିର ରେ 30 ରୁ ଊର୍ଧ୍ଵ ରକ୍ତ ଦାତା ଯୋଗ ଦେଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ |
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ