ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଶାଖା ପକ୍ଷରୁ ଧାନମଣ୍ଡିର ଅବ୍ଯବସ୍ଥା ନେଇ ସୋମବାର ବେଗୁନିଆପଡ଼ା ବ୍ଳକ ଓ କୋଦଳା ତହସିଲ କାର୍ଯ୍ଯାଳୟରେ ବିକ୍ଷୋଭ ପ୍ରଦର୍ଶନ ସହିତ ଦାବିପତ୍ର ପ୍ରଦାନ କରାଯାଇଛି। ଅଞ୍ଚଳରେ ଧାନମଣ୍ଡି ସମସ୍ଯା ଉଗ୍ର ରୂପ ନେଇଛି। ମିଲରମାନେ ଠିକ୍ ଭାବେ ଧାନ କ୍ରୟ କରୁନଥିବା ଯୋଗୁଁ ଆସନ୍ତା ୨୧ ତାରିଖରୁ ଚାଷୀଙ୍କ ଟୋକେନ୍ ଲାପସ୍ ହେବାକୁ ଯାଉଛି। ଚାଷୀମାନେ ବିଭିନ୍ନ ମଣ୍ଡିରେ ଧାନ ଜମା କରିଥିବା ବେଳେ ଧାନ କେବେ ବିକ୍ରି ହେବ ସେ ନେଇ ଚିନ୍ତାରେ ରହିଛନ୍ତି। ଆଉ ମାତ୍ର ୪ ଦିନ ପରେ ଟୋକେନ୍ ଲାପସ୍ ହେବାକୁ ଯାଉଥିବା ବେଳେ ତୁରନ୍ତ ଧାନମଣ୍ଡିରୁ ଧାନ ଉଠାଇବାକୁ ଦାବି କରିଛି ଋଷିକୁଲ୍ୟା ରୟତ ମହାସଭା।
କୋଦଳା ଏନଏସି, ସୁମଣ୍ଡଳ, ବେଲପଡ଼ା, ବୁରୁଝୁରୀ ପାକସ୍ ର ଶତାଧିକ ଚାଷୀ ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟରେ ପହଞ୍ଚି ନାରାବାଜି ଦେବା ସହିତ ପ୍ରଶାସନ ବିରୁଦ୍ଧରେ ବର୍ଷିଛନ୍ତି। ଟୋକେନ୍ ଲାପସ୍ ହେବା ପୂର୍ବରୁ ଯଦି ଚାଷୀଙ୍କ ଧାନ କ୍ରୟ ନ କରାଯାଏ ଚାଷୀମାନେ ଧାନ ବସ୍ତା ଗୁଡିକ ବ୍ଲକ ସମ୍ମୁଖରେ ରଖି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ଯନ୍ତ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
