You are currently viewing ପୁରୁଣା ପେନ୍‌ସନ୍ ଲାଗୁ ଦାବିରେ ସରକାରୀ କର୍ମଚାରୀଙ୍କର ଗାନ୍ଧୀମାର୍ଗରେ ରଣହୁଙ୍କାର
ପୁରୁଣା ପେନ୍‌ସନ୍ ଲାଗୁ ଦାବିରେ ସରକାରୀ କର୍ମଚାରୀଙ୍କର ଗାନ୍ଧୀମାର୍ଗରେ ରଣହୁଙ୍କାର

ଯୋଗଦେଲେ ୪୨ଟି ବିଭାଗର ୨୫୦ ରୁ ଊର୍ଦ୍ଧ୍ବ ସଂଗଠନର କର୍ମଚାରୀ ଓ ଶିକ୍ଷକଗଣ
ଦେଶର ଷଷ୍ଠ ରାଜ୍ୟ ଭାବେ ସରକାର କର୍ମଚାରୀମାନଙ୍କ ପାଇଁ ଲାଗୁ କରିବେ କି ପୁରୁଣା ପେନ୍‌ସନ୍ !ଭୁବନେଶ୍ବର, : ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ଲାଗୁ କରିବା ନିମନ୍ତେ ଆଜି ଲୋୟର ପି.ଏମ.ଜି. ଭୁବନେଶ୍ଵରଠାରେ “ ପୁରୁଣା ପେନ୍‌ସନ୍ ପାଇଁ ଜାତୀୟ ଆନ୍ଦୋଳନ” (ଏନ୍.ଏମ୍.ଓ.ପି.ଏସ୍.), ଓଡ଼ିଶା ଶାଖା ପକ୍ଷରୁ ୪୨ଟି ବିଭାଗର ୨୫୦ରୁ ଉର୍ଦୁ ସଂଗଠନର ହଳାର ହଜାର କର୍ମଚାରୀ ଓ ଶିକ୍ଷକଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।କେନ୍ଦ୍ର ସରକାର ୨୦୦୪

ମସିହାରେ ଓ ରାଜ୍ୟ ସରକାର ୨୦୦୫ ମସିହାରେ ପୁରୁଣା ପେନ୍‌ସନ୍ ଉଚ୍ଛେଦ କରି ନୂତନ ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିଥିଲେ । ଫଳରେ ହଜାର ହଜାର ସରକାରୀ କର୍ମଚାରୀ ୩୦ ରୁ ୪୦ ବର୍ଷ ଚାକିରୀ କରି ଅବସର ପରେ ୧୦୦୦ରୁ ୨୦୦୦ ଟଙ୍କା ପେନ୍‌ସନ୍ ପାଇ ଅତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଯେତେବେଳେ କି ବିଧାୟକ ଓ ସାଂସଦଙ୍କର ପୁରୁଣା ପେନ୍‌ସନ୍ ପୂର୍ବପରି ପାଉଛନ୍ତି । ଏବେ ସିକିମ୍ ରାଜ୍ୟର କର୍ମଚାରୀଙ୍କ ପାଇଁ ଏନ୍.ପି.ଏସ୍. କିମ୍ବା ଓ.ପି.ଏସ୍. ଭିତରୁ ଗୋଟିଏ ଚୟନ କରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ । ସୂଚନାଯୋଗ୍ୟ କି କେନ୍ଦ୍ର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ନୂତନ ପେନ୍‌ସନ୍ ଉପରେ ଅନୁଧ୍ୟାନ କରାଯାଇଛି । ଏହାକୁ ସଂଗଠନ ତରଫରୁ ଦୃଢ ବିରୋଧ କରିବା ସହ ନୂତନ ବ୍ୟବସ୍ଥାରେ କୌଣସି ପରିବର୍ତନ ନୁହେଁ ଆମକୁ ଅବିକଳ ପୁରୁଣା ପେନ୍‌ସନ୍ ଦରକାର ।

ଏଥିମଧ୍ୟରେ ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ, ସିଳିମ୍ ରାଜ୍ୟ କର୍ମଚାରୀମାନଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ପୁରୁଣା ପେନ୍‌ସନ୍ ଲାଗୁ କରିଛନ୍ତି । ଏନ୍.ଏମ୍.ଓ.ପି.ଏସ୍. ଓଡ଼ିଶା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି’ ଅଧ୍ଯକ୍ଷଙ୍କୁ ଅନୁରୋଧ ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ୍ ୪୦ ଲକ୍ଷ ଲୋକଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ସଭାପତି ବିଜୟ ମଲ୍ଲ ଓ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ, ସଂଯୋଜକ ଇତ୍‌କାର ଅହମ୍ମଦ, ରାଜେଶ ମହାନ୍ତି, କାର୍ଯ୍ୟକାରୀ ସଭାପତି ବଙ୍କିମ ଚନ୍ଦ୍ର ସାଗର, ବିଭୂପ୍ରସାଦ ସାହୁ, ବିକ୍ରମ ରଥ, ବ୍ରହ୍ମାନନ୍ଦ ମହାରଣା, ଖଗେନ୍ଦ୍ର ପାଲି, ସୁରେଶ ପଟ୍ଟନାୟକ, ସୁନୀଲ୍ ପ୍ରଧାନ, ଶ୍ରୀକାନ୍ତ ବାରିକ, ବିମଳ ଚୌଧୁରୀ, ବିନୋଦ କୁମାର ବଳ, ଅଜୟ ଧଳ, ସୁରେଶ ପ୍ରଧାନ, ଉପସଭାପତି କ୍ଷୀତିଶ ପଣ୍ଡା, ସୁଶାନ୍ତ କୁମାର ଚେହେରା, ଅନିତା ବେହେରା, ସୁଚିସ୍ମିତା ଦାସ, ଅଶ୍ବିନୀ ଦାସ, ବିଭୂପ୍ରସାଦ ସାହୁ, ଗୁରୁ ଗୋବିନ୍ଦ ଦଳାଇ, ଲଲାଟେନ୍ଦୁ ମହାପାତ୍ର, ପ୍ରିୟବ୍ରତ ନାୟକ, ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ସୁଧାଂଶୁ ପୁହାଣ, ସୁକନ୍ୟା ମହୁରୀ, ପ୍ରଦୀପ ପ୍ରଧାନ, କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ ଗାଭତରାୟ, ଶୁଭ୍ରଜିତ୍ ପ୍ରତିହାରୀ, ମହାଦେବ ସେଠୀ, କୋଷାଧକ୍ଷ ରଶ୍ମିରଂଳନ ପାଢୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ନାରାୟଣ ସ୍ୱାଇଁ, ଅମର କୁମର ପ୍ରତାପ, ଅନ୍ତର୍ଯ୍ୟାମୀ ଲେଙ୍କା, କଲ୍ୟାଣୀ ରାଉତ, ମନୋଜ କୁମାର ଦାସ, ପ୍ରଣବ ଚିନାରିଆ, ରବିନ୍ଦ୍ର ପ୍ରଧାନ, ସୁଜିତ୍ ପାଢୀ, ଜୋନ୍ ସମ୍ପାଦକ ଅକ୍ଷୟ ମଲ୍ଲିକ, ଅଡିଟର ମଳୟ ଜେନା, ମିଡ଼ିଆ ସମ୍ପାଦକ ଶିବ ଶଙ୍କର ସାହୁ, ବବ୍‌ଲୁ ନାୟକ ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।