You are currently viewing ଜାତିଗତ ପ୍ରମାଣ ନେଇ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ସାମ୍ବାଦିକ ସମ୍ମିଳନୀ ରେ ତଥ୍ୟ ରଖି, ଉଚ୍ଚ ନ୍ୟାୟ|ଳୟ ମାମଲା କୁ ଖଣ୍ଡନ | ଅଭିଯୋଗ କାରୀଙ୍କ ବିରୋଧ ରେ କରିବେ ମାନହାନି ମାମଲା
ଜାତିଗତ ପ୍ରମାଣ ନେଇ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ସାମ୍ବାଦିକ ସମ୍ମିଳନୀ ରେ ତଥ୍ୟ ରଖି, ଉଚ୍ଚ ନ୍ୟାୟ|ଳୟ ମାମଲା କୁ ଖଣ୍ଡନ | ଅଭିଯୋଗ କାରୀଙ୍କ ବିରୋଧ ରେ କରିବେ ମାନହାନି ମାମଲା

ଖଲ୍ଲିକୋଟ ;4 /2 ରବିବାର ଦିନ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ଇଂ ନିରଞ୍ଜନ ବେହେରା ତାଙ୍କ କାର୍ଯ୍ୟାଳୟ ପରିସର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ତାଙ୍କ ଜାତି ପ୍ରମାଣ ପତ୍ର ର ବୈଧତା କୁ ନେଇ ରାଜ୍ୟ ଉଚ୍ଚ ନ୍ୟାୟାଳୟ ରେ ଦାଖଲ ହୋଇଥିବା ମାମଲା ସମସ୍ତ ପ୍ରମାଣ ପତ୍ର କୁ ଦର୍ଶାଇ ଦୃଢ ଭାବେ ଖଣ୍ଡନ କରିଥିଲେ | ଏ ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ
ପୁରୁଷ|ନୁକ୍ରମିକ ଭାବେ ମାଛ ଧରା କେଉଟ ଭାବେ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇବା ସହ ଗତ 2022 ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଜ ଓ ଖଲ୍ଲିକୋଟ ରାଣୀ ସ|ହେବା ସୁଜ୍ଞାନୀ କୁମାରୀ ଦେଓ ଙ୍କ ଆଶୀର୍ବାଦ ଖଲ୍ଲିକୋଟ ସହର ବାସୀ ଙ୍କ ସୁଖ ଦୁଃଖ ରେ ଭାଗୀ ହୋଇ ନିରନ୍ତର ସେବା କରି ଆସୁଛି |ତେଣୁ ପରିବାର ର ଦାୟାଦ ହିସାବ ରେ ମୁଁ ଜଣେ ହରିଜନ ଭାବେ କାର୍ଯ୍ୟ କରି ଆସୁଛି | ଜଣେ ଲୋକ ମୋ ହରିଜନ ପ୍ରମାଣ ପତ୍ର ର ବୈଧତା କୁ ଯେଉଁ ମାମଲା ରୁଜ୍ଜୁ କରିଛନ୍ତି ସେହି ଅଭିଯୋଗ ର କୌଣସି ସତ୍ୟତା ନାହିଁ |ତେଣୁ ମୋର ଜାତି ନେଇ ଯେଉଁ ମିଥ୍ୟା ମାମଲା ଦାୟର କରି ସାଧାରଣ ଲୋକଙ୍କୁ ବିଭ୍ରାନ୍ତ ଓ ମାନହ|ନି କରିଛନ୍ତି ତାହାର ପ୍ରତିବାଦ ରେ ଓଡିଶା ଉଚ୍ଚ ନ୍ୟାୟାଳୟ ଏକ ମାନହାନି ରୁଜ୍ଜୁ କରିବେ ବୋଲି ପ୍ରକାଶ କରିଛନ୍ତି |.

ପ୍ରକାଶ ଥାଉକି ଏନ ଏ ସି ଅଧକ୍ଷ ଇଂ ବେହେରା ଙ୍କ ଜାତି ପ୍ରମାଣ ପ|ତ୍ର ର ବୈଧତା ନେଇ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମର ପିଣ୍ଟୁ ଦାସ ନାମକ ଜଣେ ବ୍ୟକ୍ତି WPC -42093/2023 ରେ ଏକ ମାମଲା ଦାଖଲ କରି ଗଞ୍ଜାମ ଜିଲ୍ଲପାଳ, ଛତ୍ରପୁର ଉପଜିଲ୍ଲାପାଳ, ଖଲ୍ଲିକୋଟ ତହସିଲଦାର ଓ ଏନ ଏ ସି ଅଧକ୍ଷ ଙ୍କୁ ପକ୍ଷଭୁକ୍ତ କରି ସତସପ୍ତାହ ମଧ୍ୟରେ ତଥ୍ୟ ଦାଖଲ ପାଇଁ ଉଚ୍ଚ ନ୍ୟାୟାଳୟ ର ଜଷ୍ଟିସ ଆର କେ ପଟ୍ଟନାୟକ ନିର୍ଦେଶ ଦେଇଥିବା ପ୍ରକାଶ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )