ସାନଖେମୁଣ୍ଡି 20/2
ସମଗ୍ର ଶିକ୍ଷା ଅଭିଯାନ ଓ ଗଞ୍ଜାମ ଜିଲ୍ଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କତୃପକ୍ଷ ପକ୍ଷରୁ ରାଜ୍ୟ ସରକାରଙ୍କ ସରକାରଙ୍କ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଆନୁକୂଲ୍ୟ ରେ ସାନଖେମୁଣ୍ଡି ବ୍ଲକ ଆନ୍ତର୍ଗତ ମହାନଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚକ୍ଷୁ ସ୍ୱାସ୍ଥ୍ୟ ଚିକିତ୍ସା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି! ପ୍ରାଥମିକ ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କ ଦୃଷ୍ଟି ଶକ୍ତି ନିରୂପଣ ଓ ନିଦାନ ଚିକିତ୍ସା ପାଇଁ ଉଦ୍ଧିଷ୍ଟ ଶିବିର କୁ ବ୍ଲକ ଶିକ୍ଷାଧିକାରୀ କୋରେସୁ ସେଠି ଉଦଘାଟନ କରିଥିଲେ! ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶୁକଦେବ ମଳିକ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜିକା ରିତାଞ୍ଜଳି ରଥ ଚକ୍ଷୁ ପରୀକ୍ଷଣ ଅଧିକାରୀ ଡ଼ ସିଲା ସୀତାରମାଣ ଙ୍କ ସମେତ ଭଵାନୀ ଶଙ୍କର ପାତ୍ର ଦିପ୍ତିମୟୀ ଦାସ ସୃଷ୍ଟି ସାହୁ ପ୍ରମୁଖ 218 ଜଣ ଛାତ୍ରଛାତ୍ରୀ ଙ୍କ ଚକ୍ଷୁ ପରୀକ୍ଷା କରିଥିଲେ! ତନ୍ମଧ୍ୟ ରୁ 42 ଜଣଙ୍କୁ ଚଷମା ପରିଧାନ ଓ ସେଥିର ନିୟମ ସମ୍ପର୍କ ରେ ଅବଗତ କରିଥିଲେ! ଦୁଇ ଜଣ ଦୃଷ୍ଟି ବାଧିତ ଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସିଟି ହସ୍ପିଟାଲ କୁ ଅନୁମୋଦନ କରିଥିଲେ! ଗୋଷ୍ଠୀ ସମ୍ବଳ ପ୍ରଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶାନ୍ତ କୁମାର ସାହୁ ଦେବାହରି ରଣା ଙ୍କ ସମେତ ଭରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବୁଲା କୁମାର ସାହୁ ସହକାରୀ ଶିକ୍ଷକ ବିଦେଶୀ ସାହୁ ଗଣେଶ ଦଳେଇ ଙ୍କ ସମେତ ସବୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିବିର ପରିଚାଳନା ରେ ସହଯୋଗ କରିଥିଲେ “
