ବ୍ରହ୍ମପୁର: ୦୭/୦୩/୨୦୨୩ : ଚଳିତ ବର୍ଷ ମହିଳା ଦିବସ ସପ୍ତାହ ବ୍ୟାପୀ କରାଯାଉଛି । ମହିଳା ମାନଙ୍କ ଅଧିକ ସଶକ୍ତି କାରଣ କରିବା ଉଦ୍ଧେଶ୍ୟରେ ଗଞ୍ଜାମ ଜିଲ୍ଲା ରେ ବିଭିର୍ନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ଅପରାହ୍ନ ଘ: ୩:୩୦ ମି. ସମୟରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ (MKCG) ପରିସର ମଧ୍ୟରେ ରହିଥିବା ୱାନ ସ୍ଟପ ସେଣ୍ଟର(ସଖୀ – ସମ୍ବଳ) ଠାରୁ ଖଲ୍ଲିକୋଟ କଲେଜ ପଡିଆ ପର୍ଯ୍ୟନ୍ତ ମହିଳା ମାନଙ୍କ ଦ୍ଵାରା ଏକ ସଚେତନତା ସ୍କୁଟି ରାଲ୍ଲୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ବିଧାୟକ ବ୍ରହ୍ମପୁର, ସମସ୍ତ ମହିଳା ମାନଙ୍କୁ ନିଜର ଆତ୍ମବିଶ୍ଵାସ ଦୃଢ କରିବା ପାଇଁ ଆହ୍ଵାନ ଦେଇଥିଲେ । ସଂମ୍ମାନିତ ଅତିଥି ଭାବେ ଶ୍ରୀମତୀ ସଙ୍ଘମିତ୍ର। ଦଳାଇ ମେୟର, ବ୍ରହ୍ମପୁର, ମହାନଗର ନିଗମ ଏବଂ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ଅଧିକ୍ଷକ ଡକ୍ଟର ଅବନିକାନ୍ତ ମିଶ୍ର ଯୋଗ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ଶ୍ରୀମତୀ ଶୁଭଶ୍ରୀ ପାତ୍ର , ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସଂଗୀତା ପାତ୍ର ମହିଳା ମାନଙ୍କ ମୌଳିକ ଅଧିକାର ମୁଖ୍ୟ ସ୍ରୋତରେ ସାମିଲ ହେବ। ପାଇଁ ପରାମର୍ଶ ଦେଇଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନେ ସହ ଅଞ୍ଚଳ ପରିଦର୍ଶୀକା ଓ ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ୱାନ ସ୍ଟପ ସେଣ୍ଟର(ସଖୀ – ସମ୍ବଳ)ର କେନ୍ଦ୍ର ପରିଚାଳିକ ଶ୍ରୀମତୀ ମହେଶ୍ଵତା ପାଢୀ ନାରୀ ନିର୍ଯ୍ୟାତନାକୁ ଶେଷ କରି ଗଞ୍ଜାମ ଜିଲ୍ଲାକୁ ହିଂସା ମୁକ୍ତ ସମାଜ ଗଠନ କରିବା ପାଇଁ ପ୍ରେରଣା ଦେଇଥିଲେ । ସମସ୍ତ ୱାନ ସ୍ଟପ ସେଣ୍ଟର(ସଖୀ – ସମ୍ବଳ) ଏବଂ ଚାଇଲ୍ଡଲାଇନ ର କର୍ମକର୍ତ୍ତା କାର୍ଯ୍ୟକ୍ରମ ଟିକୁ ସୂଚାରୁ ରୂପେ ପୁଲିସଙ୍କ ସହଯୋଗ ରେ ସମ୍ପୂର୍ଣ କରିଥିଲେ।

