You are currently viewing ବିଶ୍ୱ ଶାନ୍ତି ପାଇଁ ଦେବ ଦୀପାବଳି ରେ ରାମ ମନ୍ଦିରଠାରେ ୨୦୦୦ ସାମୁହିକ ଦୀପଦାନ କରାଯିବ
ବିଶ୍ୱ ଶାନ୍ତି ପାଇଁ ଦେବ ଦୀପାବଳି ରେ ରାମ ମନ୍ଦିରଠାରେ ୨୦୦୦ ସାମୁହିକ ଦୀପଦାନ କରାଯିବ

ଭୁବନେଶ୍ୱର. ପବିତ୍ର ଦେବ ଦୀପାବଳି ଉପଲକ୍ଷେ ଭୁବେନେଶ୍ୱର ଶ୍ରୀ ରାମ ମନ୍ଦିରରେ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଓ ବିଶ୍ୱ ଶାନ୍ତି ପାଇଁ ଦୁଇ ହଜାର ଘିଅ ଦୀପ ପ୍ରଜ୍ୱଳନ କରାଯିବ
ବୁଦ୍ଧ ମନ୍ଦିର ଠାରେ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନି ରେ ବିଶିଷ୍ଟ ଵିଦ୍ଵାନ, ସମାଜସେବୀ ଡ଼ଃ. ଆଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଆମ ସଂସ୍କୃତି ଓ ପରମ୍ପରାରେ ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥଙ୍କୁ ସମସ୍ତ କାଯ୍ୟରେ ସମ୍ଭୁକ୍ତ କରାଯାଇଛି ଦେବ ଦୀପାବଳି ଉତ୍ସବ ୩ ଦିନ ଧରି ସେଇ ମନ୍ଦିରରେ ପାଳନ କରାଯାଇଥାଏ ମାର୍ଗଶିର କୃଷ୍ଣ ଚତୁର୍ଦଶୀ, ଅମାବାସ୍ୟା, ପ୍ରତିପ୍ରତା ତିନି ଦିନ ଧରି ଶ୍ରୀ ମନ୍ଦିରରେ ମହାପ୍ରଭୁ ଶ୍ରଦ୍ଧା ବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଚତୁର୍ଦଶୀ ଦିନ ମା ଅଦିତି ଓ କଶ୍ୟପଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯାଉଥିବା ବେଳେ ଅମାବାସ୍ୟା ଦିନ ଦଶରଥ, କୌଶଲ୍ୟା ଓ ଶୁକ୍ଳ Pati ପ୍ରତିପ୍ରଦା ରେ ନନ୍ଦ, ଯଶୋଦା, ଦେବକୀ, ବାସୁଦେବ ଓ ଇନ୍ଦ୍ରଦୁମ୍ନ୍ୟ ଗୁଣ୍ଡିଚା ମାଙ୍କ ପ୍ରତି ପ୍ରଦୀପ ଉତ୍ସଗ କରାଯିବାର ପରମ୍ପରା ଚଳି ଆସୁଛି ସେହି ପବିତ୍ର କାର୍ଯ୍ୟକ୍ରମକୁ
ସ୍ଵରଣ କରି ଗତ ୫ବର୍ଷ ହେବ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷ ରୁ ବିଶ୍ୱ ଶାନ୍ତି ପାଇଁ ତଥା ବିଶ୍ୱର ପ୍ରତେକ ପ୍ରାଣୀର କଲ୍ୟାଣ ପାଇଁ ଦୀପ ଦାନ କରାଯାଉଅଛି ଚଳିତ ବର୍ଷ ଏହି କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଆସନ୍ତା ନଭେମ୍ବର ୨୩ ତାରିଖ ବୁଧବାର ଦିନ ସନ୍ଧ୍ୟା ୬ ଘଟିକା ସମୟରେ ୟୁନିଟ ୩ ଶ୍ରୀ ରାମ ମନ୍ଦିର ପରିସର ରେ ୨୦୦୦ ଘୁତ ଦୀପ ପ୍ରଜ୍ୱଳନ କରାଯିବ
ଅନୁଷ୍ଠାନ ଅଧକ୍ଷ ବସ୍ତୁବିତ ଡ଼ଃ ମନୋଜ ଲେଙ୍କା କହିଲେ ଯେ, ଏହି ଦିନ ପରିବାର ର ମଙ୍ଗଳ ପାଇଁ ପ୍ରତେକ ଗୁହସ୍ଥ ନିଜର ପିତାମାତାଙ୍କ ଉଦେଶ୍ୟରେ ଘୁତ ଦୀପ ଜାଳିଲେ ମାନସିକ ଶାନ୍ତି ପାଇବା ସହ ପରିବାର ର ମଙ୍ଗଳ ହେବ ପ୍ରାୟସର ସଭାପତି ଆଡ଼ଭୋଜନେଟ ବନ ମହାନ୍ତି ମଧ୍ୟ ମହତ କାର୍ଯ୍ୟକର୍ମ ରେ ବିପୁଳ ସଂଖ୍ୟା ରେ ଯୋଗ ଦେଇ ପୁଣ୍ୟ ଅର୍ଜନ କରିବାକୁ ନିବେଦନ କରିଥିଲେ ବୁଦ୍ଧ ମନ୍ଦିର ସମ୍ପାଦକ ଡ଼ଃ ସୌରେନ୍ଦ୍ର କୁମାର ମହାପାତ୍ର କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ତଙ୍କ ସହ ନାସା ର ଵୈଜ୍ଞାନିକ ଡ଼ଃ ଓମ ପ୍ରକାଶ ପାଣ୍ଡେ ଯୋଗ ଦେବେ, ସେ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ