You are currently viewing ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଗୌତମୀ ସରପଞ୍ଚ ଓ ସମିତିସଭ୍ୟଙ୍କ ନିଆରା ପ୍ରୟାସ
ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଗୌତମୀ ସରପଞ୍ଚ ଓ ସମିତିସଭ୍ୟଙ୍କ ନିଆରା ପ୍ରୟାସ

ସାନଖେମୁଣ୍ଡି ୦୨/୧୨/୨୨ :- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତରେ ଏକ ନିଆରା ସ୍ୱାସ୍ଥ୍ୟସେବା ଦେଖିବାକୁ ମିଳିଛି l ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ରେଡ୍ଡୀ ଓ ସମିତିସଭ୍ୟ ଶ୍ରୀ ଦନାର୍ଦନ ପଲେଇଙ୍କ ମିଳିତ ଉଦ୍ୟମରେ ଗୌତମୀ କଲ୍ୟାଣୀ ମଣ୍ଡପ – ୧ ରେ ଆଜି ଇଲେକ୍ଟ୍ରୋ ହୋମିଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା

l ଦିଲ୍ଲୀରୁ ଆସିଥିବା ପ୍ରଫେସର ଡ଼ଃ ବୀରେନ୍ଦ୍ର କୁମାର ସିଂଙ୍କ ନେତୃତ୍ୱରେ ଏକ ଡାକ୍ତର ଟିମ ଡ଼ଃ ଯଶସ୍ୱିନୀ ବ୍ରହ୍ମା, ଡ଼ଃ ସଞ୍ଜୟ କୁମାର ସାହୁ ଓ ଡ଼ଃ ଅମରେଶ୍ୱର ପାଢ଼ୀ ଗୌତମୀରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ହୋମିଓ ପାଥିକ ଔଷଧକୁ ଅଧା ମୂଲ୍ୟରେ ଲୋକଙ୍କୁ ଦେଉଥିବା ଦେଖିବାକୁ ମିଳିଛି l ଯେକୌଣସି ରୋଗକୁ ଶରୀରରୁ ସମୂଳେ ନଷ୍ଟ କରିବାର କ୍ଷମତା ହୋମିଓ ମେଡ଼ିସିନରେ ରହିଥାଏ ବୋଲି ଉକ୍ତ ଶିବିରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି l ଉକ୍ତ ଶିବିରକୁ ସାନଖେମୁଣ୍ଡି ପୂର୍ବତନ ବ୍ଲକ ଅଧକ୍ଷ୍ୟ ଅନ୍ତର୍ଯ୍ୟାମୀ ସ୍ୱାଇଁ, ପଞ୍ଚାୟତର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀ, ନ୍ୟାୟବସରପଞ୍ଚ ଭୀମରାଜଙ୍କ ସମେତ ପଞ୍ଚାୟତବାସୀ ସହଯୋଗ କରିଥିଲେ l ଗୌତମୀ ପଞ୍ଚାୟତର ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ପ୍ରଶଂସା କରୁଛନ୍ତି l