You are currently viewing ରଶ୍ମୀ ରଞ୍ଜନ ଙ୍କୁ ମିଳିଲା କରୋନା ଯୋଦ୍ଧା ର ମାନ୍ୟତା ।
ରଶ୍ମୀ ରଞ୍ଜନ ଙ୍କୁ ମିଳିଲା କରୋନା ଯୋଦ୍ଧା ର ମାନ୍ୟତା ।

କୋଦଳା – ଗଞ୍ଜାମ ଜିଲ୍ଲା କୋଦଳା ଥାନା ରେ କାର୍ଯ୍ୟରତ ଥିବା ଗୃହରଖି ରଶ୍ମୀ ରଞ୍ଜନ ପଣ୍ଡା ଙ୍କୁ ଆଜି ଶ୍ରାବଣ ସେବା ଅନୁଷ୍ଠାନ ତରଫରୁ କୋଦଳା ତହସିଲ ପଡିଆ ଠାରେ କରୋନା ଯୋଦ୍ଧା ର ସମ୍ମାନିତ କରାଯାଇଛି । ଗତ ଦୁଇ ବର୍ଷ ତଳେ କୋଭିଡ ସମୟରେ ତାଙ୍କର ସାହସିକତା , ନିଷ୍ଠାପର , ମେଳାପି କାର୍ଯ୍ୟଦକ୍ଷତା ଯୋଗୁଁ ପୁରସ୍କୃତ ହୋଇଛନ୍ତି।ଏହି ଅବସର ରେ କୋଦଳା ଥାନା ଭାରପ୍ରାପ୍ତ ଅଧିକାରୀ ଉମା କାନ୍ତ ସାହୁ , ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଜ୍ଞା ପ୍ରୀୟଦ୍ରସନି , ତହସିଲଦାର ସସ୍ମିତା ଶତପଥୀ , ଏ ବି ଡି ଓ ନିରଞ୍ଜନ ବେହେରା , ଏସ୍ ଡି ପି ଓ ରଜନୀ କାନ୍ତ ସାମଲ ଓ ଶ୍ରାବଣ ସେବା ଅନୁଷ୍ଠାନ ର ସଭାପତି ବିଶ୍ୱଜିତ୍ ପ୍ରଧାନ ଉପସ୍ଥିତ ଥିଲେ

।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।