You are currently viewing ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କ୍ଷୟକ୍ଷତି ଓ ମୁକାବିଲା ସଂକ୍ରାନ୍ତ ରେ ମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା
ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କ୍ଷୟକ୍ଷତି ଓ ମୁକାବିଲା ସଂକ୍ରାନ୍ତ ରେ ମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା

ଭୁବନେଶ୍ୱର
୧୦ ସେପ୍ଟେମ୍ୱର ୨୦୨୪
ଆଜି ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କ ରେ ସମୀକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମୁଦ୍ର କୁ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁନଥିବାରୁ ବହୁ ସ୍ଥାନ ରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ବିଶେଷ କରି କୋରାପୁଟ ଓ ମାଲକାନଗିରି ଜିଲ୍ଲାବାସୀ ବର୍ଷା ଯୋଗୁଁ ଅଧିକମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଅନେକ ଜାଗା ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଳବନ୍ଦୀ ସମସ୍ୟା ମଧ୍ୟ ଘଟିଛି।ଓଡରାଫ୍, ଏନ ଡି ଆର ଏଫ ଏବଂ ଅଗ୍ନିଶମ ବାହିନୀ ସହାୟତାରେ ଲୋକ ଙ୍କ ଅସୁବିଧା କୁ ତତ୍ପରତା ର ସହ ଦୂର କରିବା ପାଇଁ ସେ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ । ରିଲିଫ ସାମଗ୍ରୀ ବ୍ୟାପକ ମାତ୍ରା ରେ ମହଜୁଦ ରଖି ପ୍ରଭାବିତ ଲୋକଙ୍କୁ ଯୋଗାଇବାପାଇଁ ସେ କହିଥିଲେ ।