ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟ କୁମାରଡ଼ା ପଞ୍ଚାୟତ ରେ ଥିବା ନରସିଂହ ପଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ମିଳିତ ସହଯୋଗ ରେ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଠାରୁ 7ମ ଶ୍ରେଣୀ ଛାତ୍ର, ଛାତ୍ରୀଙ୍କ ନିମନ୍ତେ ନୂତନ ଶିକ୍ଷା ପଦ୍ଧତି ନିପୁଣ ଲୋଗୋ ର ଉନ୍ମୋଚନ କାର୍ଯ୍ୟକ୍ରମ ହାଇସ୍କୁଲ ରପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବାସନ୍ତୀ ବେହେରା ଙ୍କ ସଭାପତି ତ୍ୱରେ ଆରମ୍ଭ କରାଯାଇଥିଲା |

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମ ପୁର ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ନାୟକ,ପୁରୁଷୋତ୍ତମ ପୁର ଇନଚାର୍ଜ ଗୋଷ୍ଠି ଶିକ୍ଷା ଅଧିକାରୀ ଏସ ଗିରିଧାର, ଗଞ୍ଜାମ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଠ ପ୍ରଶିକ୍ଷିକା ଶ୍ରୀମତୀ ପ୍ରଜ୍ଞା ପାରମିତା

,ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ର କନିଷ୍ଠ ଯନ୍ତ୍ରୀ ପବିତ୍ରା ପ୍ରଧାନ ମଞ୍ଚାସିନ ଥିଲା ବେଳେ,ସମ୍ମାନିତ ଅତିଥି ଭାବେ ଏବିଓ ଶ୍ରୀ ରାଜ କିଶୋର ସାହୁ , ଓ ସଂଚାଳକ ରୂପେ ଏବିଓ ସିମାଞ୍ଚଳ ରଥ, ସିଡିପିଓ ଙ୍କ ପ୍ରତିନିଧି ସୁପର ଭାଇଜର ଜୟନ୍ତୀ ସାବତ ଉପସ୍ଥିତ ଥିଲେ | ଏହାସହ ବ୍ଲକର ସମସ୍ତ ,ସିଆରସିସି ଶ୍ରୀ ହେମନ୍ତ କୁମାର ବେହେରା ସିଆରସିସି ଏସ ଲକ୍ଷ୍ମୀ ନାରାୟଣ ପାତ୍ର ଓ ଅନ୍ୟ ସିଆରସିସି ଗଣ ସାମ୍ବାଦିକ ବନ୍ଧୁଗଣ ,ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ପ୍ରଧାନ ଶିକ୍ଷକ,ଏଫ୍ ଏଲ୍ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତି ରେ ନିପୁଣ ଓଡିଶା ର ଏହି ଲୋଗୋରଶୁଭ ଉଦଘାଟନ କରାଯାଇଥିଲା |

ସମସ୍ତେ ନିପୂଣ ଓଡ଼ିଶା ସଙ୍ଗୀତ ମଧ୍ୟ ଶୁଣିଲେ। ବିଡିଓ ମହୋଦୟ ଗୁଣାତ୍ମକ ଶିକ୍ଷା ର ବିକାଶ ଦିଗରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ର ଉଦେଶ୍ୟ, ଲକ୍ଷ୍ୟ ବିଷୟରେ ବରିଷ୍ଠ ଶିକ୍ଷା ଅଧିକାରୀ ଆଲୋକପାତ କରିଥିଲେ। ଇନଚାର୍ଜ ବିଇଓ ତିନିରୁ ସପ୍ତମ ଶ୍ରେଣୀ ରଛାତ୍ର, ଛାତ୍ରୀ ଙ୍କ ହାର ଗଞ୍ଜାମ ଜିଲ୍ଳାରେ ପୁରୁଷୋତ୍ତମପୁର ବ୍ଲକ 2 ୟ ଏବଂ 3ୟ ସ୍ଥାନରେ ରହିଥିବାର ରିପୋର୍ଟ ଆସିଛି | ତେବେ ବିଡ଼ିଓ ଙ୍କ ମତ ନଂ ୱାନ ହୋଈ ଥିବା ହିଞ୍ଜିଳି ବ୍ଲକ କୁ ସମସ୍ତେ ଏକ ହୋଈ କାର୍ଯ୍ୟକ୍ରମ କଲେ ଆମପୁରୁଷୋତ୍ତମପୁର ବ୍ଲକ ଏକନଂ ହୋଈ ପାରିବ କହିଥିଲେ |ଶେଷରେ ଏ ବି ଓ ସିମଚକ ରଥ ସାର୍ ସମସ୍ତଙ୍କୁ ଧନ୍ୟବାଦ ଦେଇଆଜିର ଏହି କାର୍ଯ୍ୟକ୍ରମ କୁ ଶେଷ କରିଥିଲେ | ପୁରାତନ ସିଆରସିସି ସରୋଜ କୁମାର ଦାସ, ଶିବରାମ ସେଠି, ଭଗବାନ ସାହୁ,ଭାରତିଭୁଷଣ ଦାଶ,ବନମାଳି ବେହେରା ଉପସ୍ଥିତ ଥିଲେ । ନୂତନ ସିଆର୍ ସିସି ନିଳାଞ୍ଚଳ ସାହୁ,ପ୍ରତାପ ପଣ୍ଡା,ପୂର୍ଣ୍ମ ଚନ୍ଦ୍ର ନାୟକ,ହେମନ୍ତ ବେହେରା,ଲକ୍ଷ୍ମୀନାରାୟଣ ପାତ୍ର,ମନୋଜ କୁମାର ପଣ୍ଡା,ଗଣେଶ ପାତ୍ର,ନକୁଳ ସେଠି,ବିନାୟକ ସାହୁ,ଦେବେନ୍ଦ୍ର ସେଠି, ସୁଶାନ୍ତ ପଲେଇ,ନିରଞ୍ଜନ ତ୍ରିପାଠି ଉପସ୍ଥିତ ଥିଲେ । ରିପୋର୍ଟ ପ୍ରସନ୍ନ କୁମାର ଦାସ
