କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ତହସିଲ କାର୍ଯ୍ଯାଳୟରେ ପହଞ୍ଚି ବିଭିନ୍ନ ଦାବି ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି ଭିଟାମାଟି ସୁରକ୍ଷା ଅଭିଯାନ କୋଦଳା ଶାଖାର ବହୁ ଆଦିବାସୀ। ରାଷ୍ଟ୍ରୀୟ ଏକତା ପରିଷଦ ଅନ୍ତର୍ଗତ ଭିଟାମାଟି ସୁରକ୍ଷା ଅଭିଯାନ ମାଧ୍ୟମରେ ଏହି ଦାବି କୋଦଳା ତହସିଲଦାରଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଜଂଗଲ ଅଧିକାର ସ୍ବୀକୃତି ଆଇନ ୨୦୦୬ ର ସଠିକ କାର୍ଯ୍ୟକାରୀ କରିବା, ୨୦୦୫ ମସିହା ଡିସେମ୍ବର ୧୩ ତାରିଖ ପୂର୍ବରୁ ବହୁ ଆଦିବାସୀ ଜଂଗଲ ଜମିରେ ଚାଷ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଜଂଗଲ ଜମି ଟାଇଟଲ ଏ ପର୍ଯ୍ୟନ୍ତ ମିଳି ନାହିଁ। ଏହି ପରିବାର ଗୁଡିକୁ ଚିହ୍ନଟ କରାଯାଇ ଟାଇଟଲ ପ୍ରଦାନ କରିବାକୁ ଦାବି ହୋଇଛି। ପୂର୍ବରୁ ଖାରଜ ହୋଇଥିବା ଦାବି ଗୁଡିକ ପୁନଃ ବିଚାର କରାଯିବା, ଆଦିବାସୀ ମାନଙ୍କୁ ସେମାନଙ୍କ ଜଂଗଲ ଜମି ଫେରାଇବା, ସଂଶୋଧିତ ନିୟମ ଅନୁଯାୟୀ ଆଦିବାସୀ ଜୀବନ ଜୀବିକାର ସୁରକ୍ଷା ପାଇଁ ବିଭିନ୍ନ ସରକାରୀ ବିଭାଗ ଦ୍ଵାରା ଭୂ ଉନ୍ନୟନ, ଜମିର ଉତ୍ପାଦିକା ଶକ୍ତିର ବୃଦ୍ଧି, ଜଳସେଚନ, କୁକୁଡା ଚାଷ, ମହୁ ଚାଷ, ବୃକ୍ଷରୋପଣ ସମେତ ସମସ୍ତ ସରକାରୀ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛି ଭିଟାମାଟି ସୁରକ୍ଷା ଅଭିଯାନ। ଆଦିବାସୀ ସୁରକ୍ଷା ଅଭିଯାନର ଆବାହକ ବିଜୟ ସ୍ବାଇଁଙ୍କ ତତ୍ବାବଧାନରେ ଅଞ୍ଚଳର ବହୁ ଆଦିବାସୀ ଏଥିରେ ସାମିଲ ହୋଇ ତହସିଲ କାର୍ଯ୍ଯାଳୟରେ ଦାବିପତ୍ର ପ୍ରଦାନ କରିଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
