You are currently viewing ମୌଳାଭଣଞ୍ଜାର ମଦନ ମୋହନ ଗୋଶାଳାରେ ଧୁମଧାମରେ ପାଳିତ ହେଉଛି ଗୋଅଷ୍ଟମୀ।
ମୌଳାଭଣଞ୍ଜାର ମଦନ ମୋହନ ଗୋଶାଳାରେ ଧୁମଧାମରେ ପାଳିତ ହେଉଛି ଗୋଅଷ୍ଟମୀ।

ଗଞ୍ଜାମ,୩୧/୧୦( ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମୌଳାଭଣଞ୍ଜା ଠାରେ ଥିବା ମଦନ ମୋହନ ଗୋଶାଳାର ଗୋଅଷ୍ଟମୀ ଉତ୍ସବ କାର୍ଯ୍ୟକ୍ରମ ବହୁ ଧୁମଧାମରେ ପାଳିତ ହୋଇଯାଇଛି। ଏଥିରେ ବହୁ ସାଧୁସନ୍ଥ ଅଂଶଗ୍ରହଣ କରି ପ୍ରତିଟି ଜୀବନରେ ଗୋମାତାଙ୍କର ରହିଥିବା ଅବଦାନକୁ ଚିତ୍ରଣ କରିବା ସହିତ ବିଭିନ୍ନ ଭାରତୀୟ ଧର୍ମ ସଂସ୍କୃତିରେ ଗୋ ମହିମା ଓ ଗୋ ଉପାସନାର କିଭଳି ମହତ୍ତ୍ଵ ରହିଛି ତାହାକୁ ବ୍ୟାଖ୍ୟା କରିଥିଲେ। ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରିମାନେ ଗୋମାତାଙ୍କର ସୁରକ୍ଷା ପାଇଁ ଅତି ସୁନ୍ଦର ନୃତ୍ୟ ପରିବେଷଣ ସହିତ ସଚେତନତାର ବାର୍ତ୍ତା ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। ବିଶ୍ୱାସ ରହିଛି ଯେ ଗୋପାଳନ ଦ୍ଵାରା ଘରକୁ କେବେ ବିପତ୍ତି ଆସେ ନାହିଁ କି ଅଭାବ ଦେଖା ଦିଏ ନାହିଁ। ପୁଣି ମନୁଷ୍ୟକୁ ସୁସ୍ଥ ଓ ନିରୋଗ ରଖିବା ସହିତ ଦୀର୍ଘାୟୁ କରିବାରେ ସହାୟକ ହୋଇଥାଏ ଓ ଗୋମାତାଙ୍କର କ୍ଷୀର ମୃତ୍ୟୁ ମୁଖରେ ପଡ଼ିଥିବା ରୋଗୀକୁ ନୂଆ ଜୀବନ ପ୍ରଦାନ କରିଥାଏ। ତେଣୁ ଗୋମାତାଙ୍କୁ ଗୋସମ୍ପଦ ବୋଲି କୁହାଯାଏ। ଗୋ ମାତାଙ୍କ ଠାରୁ ମିଳୁଥିବା କ୍ଷୀର ଦହି ଛେନା ଲହୁଣୀ ଆମ ପାଇଁ ଯେତିକି ଜୀବନ ରକ୍ଷାକାରୀ, ଏମାନଙ୍କଠାରୁ ମିଳୁଥିବା ଗୋମୂତ୍ର ଓ ଗୋବର ସମଗ୍ର ମାନବ ଜାତି ପାଇଁ ସେତିକି ମୂଲ୍ୟବାନ। ଆଜି ଆମେ ବ୍ୟବହାର କରୁଥିବା ପ୍ରତିଟି ଖାଦ୍ୟ ପିଡ଼ିଆ ଓ ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ବିଷାକ୍ତ ହୋଇଯାଇଛି। ଆଉ ସେହି ବିଷକୁ ଆମେ ପ୍ରତିଦିନ ବ୍ୟବହାର କରୁଥିବା ବେଳେ ଗୋମୁତ୍ର ଓ ଗୋବରର ମହତ୍ତ୍ୱକୁ ଆମେ ଆଦୌ ବୁଝିପାରୁନାହୁଁ। ଯାହାଦ୍ବାରା ଆମେ ଦୈନନ୍ଦିନ ଜୀବନରେ ବହୁ ରୋଗର ଶିକାର ହେଉଛେ। କିନ୍ତୁ ଯେଉଁମାନେ ଆଜି ମଧ୍ୟ ଗୋମାତାଙ୍କୁ ପାଳିପୋଷି ରଖିଛନ୍ତି, ସେମାନେ ଗୋମୂତ୍ର ଓ ଗୋବରକୁ ନେଇ ଚାଷ ଜମିରେ ବ୍ୟବହାର କରି ପ୍ରଚୁର ପରିମାଣରେ ଫସଲ ଫଳାଇବା ସହିତ ଉନ୍ନତ ମାନର ଖାଦ୍ୟ ଖାଇ ସର୍ବଦା ସୁସ୍ଥ ରହୁଛନ୍ତି। ହେଲେ ଆଜି ବହୁ ଗୋପାଳକ ଗୋସଂପଦର ମୁଲ୍ୟକୁ ନ ବୁଝି ଦୁଇଓଳି ଦୁଇଥର କ୍ଷୀର ପାଇଗଲା ପରେ ସେମାନଙ୍କୁ ଛାଡ଼ିଦେବା ଦ୍ଵାରା ଏହି ନିରୀହ ଜନ୍ତୁ ଗୁଡ଼ିକ ଏଣେ ତେଣେ ଅବାଧରେ ଅତି ବିପଦତ୍ମକ ଭାବେ ବିଚରଣ କରି ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡୁଛନ୍ତି। ଯାହାଦ୍ବାରା ଗୋସଂପଦ ହ୍ରାସ ପାଇବା ସହିତ ମାନବ ଜାତି ଏକ ପ୍ରକାର ବିପଦ ଆଡ଼କୁ ଠେଲି ହୋଇ ଯାଉଛି। ଯାହାକୁ ନେଇ ଏହି ଗୋ ଅଷ୍ଟମୀ କାର୍ଯ୍ୟକ୍ରମର ଆୟୋଜନ କରିଥିବା ମଦନ ମୋହନ ଗୋଶାଳା ର ମୁଖ୍ୟ କର୍ମକର୍ତ୍ତା ବିହାର ର iit ପ୍ରଫେସର ରଞ୍ଜନ କୁମାର ବେହେରା ଙ୍କ ଉଦ୍ୟଗ ରେ ଆରମ୍ଭ ହୋଇଥିବା ଗୋଶାଳା ରେ ୧୦୦୦ରୁ ଉର୍ଦ୍ଧ ଗୋମାତା ସହ କିଛି ନନ୍ଦୀ କୁ ମଧ୍ୟ୍ୟ ରଖିଥିବା ଦେଖିବାକୁ ମିଳିଛି। ଏଥିରେ ପ୍ରମୋଦ ଲେଙ୍କା ,କୃଷ୍ଣ ଚନ୍ଦ୍ର ପଣ୍ଡା,ଗଦାଧର ସ୍ୱାଇଁ, ଏବଂ ଏନେକ ଗୋରଖି ଭକ୍ତ ମାନେ ଏହି ଗୋମାତା ଙ୍କ ସେବା କରିବା ସହ ହିନ୍ଦୁ ପରମ୍ପରା ବଞ୍ଚାଇ ରଖିଛନ୍ତି।ଦଶ ହଜାରରୁ ଉର୍ଦ୍ଧ୍ବ ଗୋମାତାଙ୍କ ପାଇଁ ଯେଉଁ ଗୋଶାଳା ନିର୍ମାଣ କରି ସେମାନଙ୍କୁ ମୃତୁ ମୁଖରୁ ଉଦ୍ଧାର କରି ପୁନର୍ଜୀବନ ପ୍ରଦାନ କରୁଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ।