You are currently viewing ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗର ପାଠ ଚକ୍ର ଅନୁଷ୍ଠିତ
ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗର ପାଠ ଚକ୍ର ଅନୁଷ୍ଠିତ

ପୁରୁଷୋତ୍ତମପୁର ସହର ସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟ ରେ ନବାଗତ ଯୁକ୍ତ 3 ପ୍ରଥମ ବର୍ଷ ଛାତ୍ର, ଛାତ୍ରୀ ମାନଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ଓ ପରବର୍ତୀ ସାନୟରେ ପାଠଚକ୍ର ଉଛବ ଭାରପ୍ରାପ୍ତ ଅଧକ୍ଷା ସନ୍ଧ୍ୟାରାଣୀ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଦେଶାନ୍ତର ଓ ଅର୍ଥନାୟିତିକ ବିକାଶ ଉପରେ ନିବନ୍ଧ ଶେଷ ବର୍ଷ ଛାତ୍ରୀ ସ୍ଵର୍ଣପ୍ରଭା ନାହାକ ଉପସ୍ଥାପନ କରିଥିଲେ । ଏହି ନିବନ୍ଦ ଟିକୁ ଦିଗଦର୍ଶନ ଦେଇଥିଲେ ଅଧ୍ୟାପିକା ମିନାକ୍ଷୀ ଦାଶ । ଦେଶାନ୍ତର ଯୋଗୁ ଦେଶର ଦୃଢ଼ ଅର୍ଥନୟିତିକ ହୋଇଥାଏ ବୋଲି ମୁଖ୍ୟ ଅତିଥି ତଥା ସାଧନ କର୍ମୀ ଶ୍ରୀଯୁକ୍ତ ଅରବିନ୍ଦ ପଣ୍ଡା ମତପୋଷଣକରିଥିଲେ ।ଏହି ପାଠଚକ୍ର ରେ ବିଭଗିୟ ମୁଖ୍ୟ ଶ୍ରୀରାମ ମିଶ୍ର ,ପ୍ରସାଦ କୁମାର ବେହେରା ଅଂଶ ଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ବିଗତ ବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନୁକୂଲ୍ୟ ରେ ଅନୁଷ୍ଠିତ ଶେଷ ବର୍ଷ ପରୀକ୍ଷା ରେ ଅର୍ଥନୀତି ବିଭାଗରେ କୃତିତ୍ଵ ହାସଲ କରିଥିବା କିସ୍ମିତା କୁମାରୀ ନାହାକ,ପିନୁ ପରିଡା, ଓ ଦୀପକ କୁମାର ବେହେରାଙ୍କୁ ଅଧକ୍ଷା ଶ୍ରୀମତୀ ପାତ୍ର ସମ୍ମାନିତ କରିଥିଲେ । ଏହି ଉଛବ ରେ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା ତଥା ପାଠଚକ୍ର କାର୍ୟ୍ଯକର୍ମ ସୁପରିଚାଳନାରେ ପାଠଚକ୍ର ସମ୍ପାଦକ ଶୁଭମ କୁମାର ସାବତ ଓ ସହ ସମ୍ପାଦକ ଗଙ୍ଗା ପାତ୍ର,ଦିନେଶ ବେହେରାସାହାଯ୍ୟ କରିଥିଲେ । ରିପୋର୍ଟ ପ୍ରସନ୍ନ କୁମାର ଦାସ