You are currently viewing ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟା ଆରମ୍ଭ
ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟା ଆରମ୍ଭ

ଚିକିଟି — ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟା ର ପ୍ରଥମ ପର୍ଯ୍ୟାୟ ୦୫.୦୭.୨୦୨୬ ରବିବାର ଦିନ ଅତି ଶୃଙ୍ଖଳିତ ଭାବେ ହୋଇସାରିଛି। ବିଗତ ଦିନରେ ହୋଇଥିବା ମହାସଭା କାର୍ଯ୍ୟକ୍ରମରେ କର୍ମକର୍ତ୍ତା, ଗ୍ରାମବାସୀ ଏବଂ ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତିରେ ପୁର୍ବ ନିୟମ ଅନୁଯାୟୀ ପ୍ରତ୍ୟେକ ତିନି ବର୍ଷ ପରେ ସମସ୍ତ ପଦବୀର ନୂତନ କର୍ମକର୍ତ୍ତା ଚୟନ ପକ୍ରିୟା ପ୍ରଥା ରହିଅଛି। ତାକୁ ଆଧାର କରି କେନ୍ଦ୍ର ସଭାପତି ନିର୍ଦ୍ଦେଶରେ ପ୍ରଥମ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଚୟନ ପକ୍ରୀୟା ଉକ୍ତ ସଭାରେ ଆରମ୍ଭ କରାଯାଇଥିଲା। ଉକ୍ତ ପଦବୀ ପାଇଁ ପ୍ରଥମେ କେନ୍ଦ୍ରୀୟ ଉପ ସଭାପତି ଶ୍ରୀ ଅଭିମନ୍ୟୁ ସାହୁ ପୂର୍ବ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ତାଙ୍କୁ ପାଣ୍ଡିରୀ ଆଞ୍ଚଳିକ ସଭାପତି ଶ୍ରୀ ଦଣ୍ଡ ସାହୁ ସମର୍ଥନ କରିଥିବା ବେଳେ ଉପସ୍ଥିତ ସମସ୍ତ ଲୋକେ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ସେଥିଯୋଗୁଁ ଶ୍ରୀ ସାହୁଙ୍କୁ ନିର୍ବାଚନ ଅଧିକାରୀ ରୂପେ ଚୟନ କରାଯାଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କ ନିର୍ଦ୍ଦେଶନାରେ ରବିବାର ଦିନ ଗ୍ରାମ୍ୟ, ଆଞ୍ଚଳିକ ଓ କେନ୍ଦ୍ରୀୟ ପରିଷଦ ର କିଛି ପୂର୍ବ କର୍ମକର୍ତ୍ତା ନିର୍ବାଚନ ଅଧିକାରୀ ରୂପେ ତାଳପୁର, ଚାନ୍ଦପୁର, ରାଧାମୋହନପୁର, କରବାଲୁଆ, ଜଯପୁର, ବାୟାପୁର (ପଦ୍ମପୁର), ନୂଆସାହି (ପଦ୍ମପୁର), ଜାନିସାହି(ପଦ୍ମପୁର), ତଳସାହି(ପଦ୍ମପୁର ), ଜେନାସାହି(ପଦ୍ମପୁର), ସୋରଡା ଓ ଗୋବିନ୍ଦନଗର ଗ୍ରାମ୍ୟ ପରିଷଦ ଏବଂ ପଦ୍ମପୁର ଆଞ୍ଚଳିକ ପରିଷଦ ଏସବୁ ସ୍ଥାନ ଗୁଡିକରେ ପହଞ୍ଚି ଉକ୍ତ ଗ୍ରାମବାସୀଙ୍କ ସହଯୋଗରେ ନିର୍ବାଚନ ପକ୍ରିୟାକୁ ଅତି ଶୃଙ୍ଖଳିତ ଭାବେ ପରିଚାଳିତ କରି କର୍ମକର୍ତ୍ତା ଚୟନ କରାଯାଇଥିଲା।